ଓଡିଶା

odisha

ETV Bharat / state

ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ବିକାଶର ହିସାବ ମାଗିଲେ ଜନତା - ନେତାଙ୍କୁ ବିକାଶର ହିସାବ ମାଗିଲେ ଜନତା

ଜନତାଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ନେତାଙ୍କୁ ଘେରି ବିକାଶର ହିସାବ ମାଗିଲେ ଜନତା । ଅଧିକ ପଢ଼ନ୍ତୁ

local seeks development report to zila parishad VC
ଜନ ଶୁଣାଣିକୁ ଯାଇ ହଟହଟା ହେଲେ ନେତା

By ETV Bharat Odisha Team

Published : Sep 8, 2023, 5:56 PM IST

Updated : Sep 8, 2023, 7:15 PM IST

ଜନ ଶୁଣାଣିକୁ ଯାଇ ହଟହଟା ହେଲେ ନେତା

ରାଉରକେଲା: ଜନ ଶୁଣାଣିକୁ ଯାଇ ହଟହଟା ହେଲେ ନେତା । ଅଫିସ ସମ୍ମୁଖରେ ଘେରି ପ୍ରଶ୍ନ କଲେ ସାଧାରଣ ଜନତା । ପ୍ରଶ୍ନର ସାମ୍ନା କରିନପାରି ବିଳିବିଳେଇଲେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ସମ୍ପୂର୍ଣ୍ଣ ପାଞ୍ଚ ବର୍ଷର ହିସାବ ମାଗିବାରୁ ଫେରିଗଲେ । ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରାଙ୍କୁ ଦୀର୍ଘ ଏକ ବର୍ଷ ପରେ ଦେଖି ପଞ୍ଚାୟତବାସୀ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀ କୋଇଡା ବ୍ଲକ ମାଲଦାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ସମୟରେ ବିଡ଼ିଓଙ୍କୁ ସାଧାରଣ ଲୋକେ ଅଭିଯୋଗ କରୁଥିବା ବେଳେ ସେଠାରେ ପହଞ୍ଚି ଥିଲେ ବିଜେଡି ନେତା ତଥା ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା । ତାଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଘେରି ଯାଇଥିଲେ ଏବଂ ଏତେଦିନ ଧରି କେଉଁଠି ଥିଲ ? କାହିଁକି ଆପଣଙ୍କ ଦେଖାନଥିଲା ବୋଲି ପ୍ରଶ୍ନ ପଚାରିଲେ । ରାଜ୍ୟ ସରକାରଙ୍କ ପାଞ୍ଚ ବର୍ଷର ରିପୋର୍ଟ ସହ ବର୍ତ୍ତମାନ ବର୍ଷେ ଜିଲ୍ଲା ପରିଷଦ ନିର୍ବାଚନ ପରର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଥିଲେ । ଆମ ଅଞ୍ଚଳର କ'ଣ ଖବର ରଖିଛନ୍ତି ଆପଣ ? କେତେ ବିକାଶମୂଳକ କାର୍ଯ୍ୟ କରିଛନ୍ତି ? କେଉଁଠି କାମ କରିଛନ୍ତି ଦେଖାଇ ପାରିବେ କି ? ଚିକିତ୍ସା ଠାରୁ ଶିକ୍ଷା ବ୍ୟବସ୍ଥା ସବୁଠାରୁ ଅବହେଳା କୋଇଡା ଅଞ୍ଚଳ, ଏଥିପାଇଁ ଆପଣ କଣ କରିଛନ୍ତି ଏଭଳି କଡା ପ୍ରଶ୍ନର ବାଣ ମାରିଛନ୍ତି ସାଧାରଣ ଲୋକେ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ:ବିକାଶର ହିସାବ ମାଗିଲେ ଜନତା, ହଡବଡେଇ ଗଲେ ବିଧାୟକ ମନୋହର ରନ୍ଧାରୀ

ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ଶେଷ ହେବା ପରେ ଅଞ୍ଚଳବାସୀଙ୍କୁ ମୌଳିକ ସେବାରୁ ବଞ୍ଚିତ ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ବିଭିନ୍ନ ସମସ୍ୟାର ସମାଧାନ ବିଶେଷ କରି ପାଣି, ରାସ୍ତା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଲାଗି ବ୍ଲକ ଅଧିକାରୀ ବା ଜନ ପ୍ରତିନିଧିଙ୍କୁ ଖୋଜିଥିଲେ ମଧ୍ୟ ସେମାନଙ୍କ ଦେଖା ମିଳୁନଥିବା କହିଛନ୍ତି । ତେଣୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କୁ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରୁ ଫେରିଯିବାକୁ ଜିଦ କରିଥିଲେ । ଏହି ଘଟଣାକୁ ନେଇ ବେଶ କିଛି ସମୟଧରି ଯୁକ୍ତିତର୍କ ସ୍ଥିତି ଲାଗି ରହିଥିଲା । ଶେଷରେ ବାଧ୍ୟ ହୋଇ ଜନ ଶୁଣାଣି କାର୍ଯ୍ୟକ୍ରମରୁ ଫେରି ଯାଇଥିଲେ କମଲ ଲାକ୍ରା ।

ଇଟିଭି ଭାରତ, ରାଉରକେଲା

Last Updated : Sep 8, 2023, 7:15 PM IST

ABOUT THE AUTHOR

...view details