ଓଡିଶା

odisha

ETV Bharat / state

ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତର, ନାଗରିକ ସୁରକ୍ଷା ମଞ୍ଚର ବିରୋଧ

ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତରକୁ ନେଇ ନାଗରିକ ସୁରକ୍ଷା ମଞ୍ଚର ବିରୋଧ । ଏମ୍ସକୁ ହସ୍ତାନ୍ତର ପାଇଁ ଦାବି । ଅଧିକ ପଢନ୍ତୁ

super specialty hospital handover to apollo
super specialty hospital handover to apollo

By

Published : May 11, 2023, 12:57 PM IST

super specialty hospital handover to apollo

ରାଉରକେଲା:ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତର ଘଟଣା । ଗରିବ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି ରାଉରକେଲା ଇସ୍ପାତ କାରଖାନାର କର୍ତ୍ତୃପକ୍ଷ । ଯାହାକୁ ନେଇ ପୁଣି ଥରେ ବିରୋଧ ପ୍ରଦର୍ଶନ କରିଛନ୍ତି ରାଉରକେଲାବାସୀ ଏବଂ ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ । ଯେଉଁ ଆଶା ନେଇ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ତିଆରି ହୋଇଥିଲା ଏବେ ତାହା ଧୂଳିସାତ ହୋଇଯାଇଥିବା ବେଳେ ସମ୍ପୂର୍ଣ୍ଣ ଚୁକ୍ତିନାମା ଖାରଜ ନହେବା ଯାଏ ବିରୋଧ ଜାରି ରହିବ ବୋଲି କହିଛି ନାଗରିକ ସୁରକ୍ଷା ମଞ୍ଚ ।

ରାଉରକେଲାରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତରେ ଆସି ସ୍ଥାନୀୟ ବାସିନ୍ଦାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥି ପାଇଁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଯେଉଁଠାରେ ଗରିବ ଲୋକେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ଚିକିତ୍ସା ପାଇ ପାରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତେବେ ବିଳମ୍ବରେ ହେଲେ ମଧ୍ୟ 400 କୋଟି ଟଙ୍କା ବ୍ୟୟରେ ରାଉରକେଲାରେ ସ୍ଥାପନ ହେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ।

ପରବର୍ତ୍ତୀ ସମୟରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ହସ୍ପିଟାଲ ଲୋକାର୍ପିତ ହୋଇଥିଲା । ପରେ ଏହାର ପରିଚାଳନା ପାଇଁ ଇସ୍ପାତ ଟ୍ରଷ୍ଟ ନାଁରେ ଏକ କମିଟି କରାଯାଇଥିଲା ଯେଉଁଠି ରାଉରକେଲା ଇସ୍ପାତ କାରଖାନା ପଦାଧିକାରୀମାନେ ଥିଲେ । କିନ୍ତୁ ହଠାତ୍‌ ରାଉରକେଲା ତଥା ଜିଲ୍ଲାବାସୀଙ୍କୁ ଅନ୍ଧକାରରେ ରଖି ଇସ୍ପାତ କାରଖାନା ଭଳି ଏକ ରାଷ୍ଟ୍ରାୟତ ଉଦ୍ୟୋଗ କୋଟି କୋଟି ସରକାରୀ ଟଙ୍କାରେ ନିର୍ମିତ ଏହି ହସ୍ପିଟାଲକୁ ଆପୋଲୋ ଭଳି ଏକ କର୍ପୋରେଟ ସଂସ୍ଥାକୁ ଟେକି ଦେଇଥିଲେ । ଯାହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି ।

ଏହି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଆପୋଲ ନୁହଁ ବରଂ ଏମ୍ସ ମେଡ଼ିକାଲକୁ ହସ୍ତାନ୍ତର କରାଯାଉ ବୋଲି ଦାବି ହୋଇଛି । ତେବେ ଅପୋଲ ହସ୍ପିଟାଲକୁ ସୁପର ସ୍ପେସିଅଲିଷ୍ଟ ହସ୍ପିଟାଲ ହସ୍ତାନ୍ତର ହେବା ପରେ ଏଠାରେ ଚିକିତ୍ସା ଖର୍ଚ୍ଚ ମୋଟା ଅଙ୍କର ହେବ । ଯହାର ଲାଭ ଉଠାଇବେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଗରିବ ଲୋକେ ଏହାର ସୁଫଳ ବଦଳରେ କୁଫଳ ଭୋଗିବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଆପୋଲ ହାତକୁ ଟେକିଦେବାକୁ ନେଇ ପୂର୍ବରୁ ଏନେକ ଥର ବିରୋଧ କରି ଆସିଛନ୍ତି ବହୁ ସାମାଜିକ ସଂଗଠନ ଏବଂ ସମାଜସେବୀ କିନ୍ତୁ ଫଳ ଶୂନ । ଆପୋଲ ସୁପର ସ୍ପେସିଆଲିଟି ସମ୍ପୂର୍ଣ୍ଣ ଭାବରେ ନେଇ ସାରିଥିବା ବେଳେ ବିରୋଧ ଭୟରେ କାର୍ଯ୍ୟ କ୍ଷମ କରିପାରୁନାହିଁ । ଏହି ଚୁକ୍ତିନାମାକୁ ଯଥାସମ୍ଭବ ଖାରଜ କରି ଏହାକୁ କେବଳ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଭାବରେ ରଖାଯାଉ ନଚେତ ଏହାକୁ ଏମ୍ସକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛନ୍ତି ଲୋକେ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details