ରାଉରକେଲା: ଦେଶୀ ମଦ ପ୍ରସ୍ତୁତ ସମୟରେ ଅବକାରୀ ବିଭାଗ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ତେବେ ସମସ୍ତ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଗଞ୍ଜୁଟୋଲା ଏବଂ ହଳଦୀବେଡା ଗ୍ରାମରେ ବେଆଇନ ଦେଶୀ ମଦ ଏବଂ ମହୁଲ ପୋଚ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ରାଉରକେଲା ଅବକାରୀ ବିଭାଗ ।
ବିଶ୍ରା ବ୍ଲକ ଅନ୍ତର୍ଗତ ଗଞ୍ଜୁଟୋଲା ଏବଂ ହଳଦୀବେଡା ଗ୍ରାମରେ ବେଆଇନ ଦେଶୀ ମଦ ଏବଂ ମହୁଲ ପୋଚ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ । ଖବର ପାଇ ରାଉରକେଲା ଅବକାରୀ ପାଟ୍ରୋଲିଂ ଟିମ ପକ୍ଷରୁ ଗଞ୍ଜୁଟୋଲା ଓ ହଳଦୀବେଡା ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ନଷ୍ଟ କରାଯାଇଛି । ଦୁଇଟି ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ ବେଳେ ସମସ୍ତ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।