ସୁନ୍ଦରଗଡ: ଜିଲ୍ଲାରେ ଅବକାରୀ ବିଭାଗର ଚଢାଉ । ଚଢାଉ କରି ଅବକାରୀ ବିଭାଗ ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ଦେଶୀ ମଦ ଜବତ କରିଛି ।
ଅବକାରୀ ବିଭାଗର ଚଢାଉ; ଚୋରା ମଦ ଜବତ, ଜଣେ ଗିରଫ - ମଦ ଜବତ ସୁନ୍ଦରଗଡ
ସୁନ୍ଦରଗଡରେ ଅବକାରୀ ବିଭାଗର ଚଢାଉ କରି ଦେଶୀମଦ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ...
ସୁନ୍ଦରଗଡରୁ ଚୋରା ମଦ ଜବତ, ଜଣେ ଗିରଫ
ସେହିପରି ଗିରଫ ବ୍ୟକ୍ତିଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି । ସୂଚନା ଅନୁଯାୟୀ ମନୋଜ ଭୈଷାଲ ନାମକ ଜଣେ ମଦ ବେପାରୀ ଏକ ଟାୟାର ବ୍ୟାଗରେ ଦେଶୀମଦ ନେଇ କରମଡିହିକୁ ଯାଉଥିଲେ । ଏହି ସମୟରେ ଅବକାରୀ ଥାନା ପୋଲିସ ସୂଚନା ପାଇ କରମଡିହି-ସବଡେଗା ରାସ୍ତାରୁ ସମ୍ପୃକ୍ତ ମଦ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଚୋରା ମଦ ବେପାରୀର ଘର ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ବୋଲି ଅବକାରୀ ବିଭାଗ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ