ଓଡିଶା

odisha

ETV Bharat / state

ଫେଲ ମାରିଲା ପ୍ରୟସ, ଚମ୍ପଟ ମାରିଲା ବାଘ - କଲରାପତରିଆ ବାଘ

ଗାଁ ମୁହାଁ ଜଙ୍ଗଲି ବାଘ । ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜରେ ବୁଲୁଛନ୍ତି କଲରାପତରିଆ ବାଘ । ବାଘକୁ ଘଉଡାଇବାକୁ ଚେଷ୍ଟା ଚଳାଇଛନ୍ତି ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀ । ଭୟଭୀତ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜ ବାଘ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜ ବାଘ

By

Published : Mar 1, 2023, 10:27 PM IST

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜ ବାଘ

ରାଉରକେଲା : ଗାଁ ରେ ବୁଲୁଛି ବାଘ । ବର୍ତ୍ତମାନ ଗାଁ ଏବଂ ସହର ମୁହାଁ ଜଙ୍ଗଲୀ କଲରାପତରିଆ ବାଘ । ଏଭଳି ଏକ ଘଟଣା ବର୍ତ୍ତମାନ ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜ ଗେଲେବହଲ ଗାଁ ରେ ପଶିଛି ଜଙ୍ଗଲୀ ବାଘ। ଗାଁ ଭିତରେ ବାଘ ପସି ଆସିଥିବାରୁ ଗେଲେବାହାଲ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀ ବାଘକୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି ।

ମାତ୍ର ବାଘ କୁ ଧରିବା ପ୍ରୟସ କରୁଥିବା ବେଳେ ବାଘ ଚମ୍ପଟ ମାରୁଛି । ବେଳକୁ ବାଘ ଟି ଗ୍ରାମର ବିଲ ଜମି ଆଡକୁ ଦଉଡି ପଳାଇଥିଲା ଦେଖିବାକୁ ମିଳିଛି । ତେବେ ଅଧିକ ସଂଖ୍ୟାରେ ଲୋକ ଦେଖି ବାଘଟି ଗ୍ରାମର ବିଭିନ୍ନ ଅଞ୍ଚଳକୁ ଦଉଡି ପଳାଉଛି। ଗେଲେବାହାଲ ଗ୍ରାମବସୀ ଏବଂ ବନ ବିଭାଗ କର୍ମଚାରୀ ମାନେ ଚେଷ୍ଟା କରିଛନ୍ତି ଯେ କିଭଳି କଲରାପତରିଆ ବାଘଟି ପୁନଃ ଗ୍ରାମ ମୁହାଁ ନହେଉ। ତେବେ ବାଘଟି ଏହି ଆଖପାଖ ଅଂଚଳର ଘଞ୍ଚ ଜଙ୍ଗଲରୁ ଚାଲି ଆସିଥିବାର ଅନୁମାନ କରାଯାଉଛି ।

ବୁଧବାର ଦିନ କଲରାପତରିଆ ବାଘ ପଶି ଯିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟ ର ବାତାବରଣ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ବାଘଟି ଜଙ୍ଗଲ ଅଂଚଳରୁ ଚାଲିଆସି ଗେଲେବାହାଲ ଗ୍ରାମର ଜଣ ଗ୍ରାମବାସୀଙ୍କ ବାଡି ପଟେ ପଶୁଥିବା ବେଳେ ଘର ମାଲିକ ଦେଖି ଭୟଭୀତ ହୋଇ ପାଟି କରିଥିଲେ ପାଟି କରିବା ପରେ ବାଘଟି ସେହି ଜାଗାରୁ ଦଉଡି ପଳାଇଥିଲା ଏବଂ ପାଟି ଶୁଣି ଗାଁ ଲୋକ ମାନେ ଦୌଡ଼ି ଆସିଥିଲେ। ବାଘ ପଶି ଆସିଥିବା ଖବର ପାଇ ବାଘଟିକୁ ଘଉଡାଇଥିଲେ।

ବାଘ ଟି ଦୌଡ଼ି ଦୌଡ଼ି ଏବେ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ରେ ଲୁଚିଛି । ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି। । ତେବେ ଏହା ପୂର୍ବରୁ ମଧ୍ୟ ହେମଗିରି ଅଂଚଳରେ ଏକ ମହାବଳ ବାଘ ବୁଲୁଥିବାର ଭିଡ଼ିଓ ସାମ୍ନା କୁ ଆସିଥିଲା। ହେମଗିରି କୋଇଲା ଖଣି ମଧ୍ୟରେ ରାସ୍ତା ରେ ଡ୍ରାଇଭର ମାନେ ବାଘ ଟି କୁ ଦେଖିଥିଲେ। ତେବେ ବର୍ତ୍ତମାନ ବଡ଼ଗାଁ ଫରେଷ୍ଟ ରେଞ୍ଜ ରେ ଗେଲେବାହାଲ ଗ୍ରାମରେ ଆଉ ଗୋଟିଏ କଲରାପତରିଆ ବାଘ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ବଡ଼ଗାଁ ଅଞ୍ଚଳରେ ବାଘ ଦେଖିବାକୁ ମିଳିଥିବାରୁ ସାରା ଅଞ୍ଚଳରେ ଭୟ ର ବାତାବରଣ ଦେଖା ଦେଇଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details