ରାଉରକେଲା:କେନ୍ଦ୍ର ସରକାର ବିରୋଧରେ ସର୍ଵ ଭାରତୀୟ ସ୍ତରରେ ସିଟୁ ଦଳର ଦିଲ୍ଲୀ ଚାଲ ଡାକରା । ଏପ୍ରିଲ ୫ ତାରିଖରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବେ ବାମ ଦଳ । ଜନମାରଣା ନୀତିକୁ ବିରୋଧ କରି ଡାକରା ଦେଇଛି ବାମ ଦଳ । କେନ୍ଦ୍ର ସରକାର ବିରୋଧରେ ଏକ ଜୁଟ ହେବାରେ ଲାଗିଛନ୍ତି ବିରୋଧୀ ଦଳ। ବିରୋଧୀଙ୍କ ଟାର୍ଗେଟ ରେ କେନ୍ଦ୍ର ସରକାର । ବାମ ଦଳ ସହ ବିଭିନ୍ନ ସଂଗଠନ କେନ୍ଦ୍ର ସରକାର କୁ ଘେରିବା କୁ କରୁଛି ପ୍ରୟାସ । ଏହାକୁ ନେଇ କେନ୍ଦ୍ର ସରକାର ବିରୋଧରେ ପାର୍ଲିଆମେଣ୍ଟ ଘେରିବା ସହ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ବାମ ଦଳ ସହ ବିଭିନ୍ନ ରାଷ୍ଟ୍ରୀୟ ସଙ୍ଘ ।
ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଏସମ୍ପର୍କରେ ସୂଚନା ଦେଇଛନ୍ତି । ବିଷ୍ଣୁ ମହାନ୍ତି କହିଛନ୍ତି, ‘‘ପାର୍ଲାମେଣ୍ଟ ଘେରାଉ ପାଇଁ ସମସ୍ତ ସଙ୍ଘ ଯେପରି ସିଟୁ, କ୍ଷେତ ମଜଦୂର ଶ୍ରମିକ ସଙ୍ଘ, ସର୍ଵ ଭାରତୀୟ କିଷାନ ସଭା, ଅଲ ଇଣ୍ଡିଆ ଡେମୋକ୍ରେଟିକ ମହିଳା ଆସୋସିଏସନ ଓ ସର୍ଵ ଭାରତୀୟ ସ୍ତରର ସମସ୍ତ ସଙ୍ଘଠନମାନେ କେନ୍ଦ୍ର ସରାକରକୁ ଘେରିବାକୁ ପ୍ରସ୍ତୁତ ହୋଇଛୁ । ’’
ଆସନ୍ତା ଏପ୍ରିଲ ୪ ତାରିଖରେ ଦିଲ୍ଲୀଚାଲ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ସରକାର ବିପକ୍ଷରେ ଆରମ୍ଭ ହେବ ବିକ୍ଷୋଭର ଯାତ୍ରା । ପାଞ୍ଚ ତାରିଖ ଦିନ ଦିଲ୍ଲୀରେ ପାର୍ଲାମେଣ୍ଟ ସମ୍ମୁଖରେ ଗର୍ଜିବେ ବିକ୍ଷୋଭକାରୀ । ଜନ ସାଧାରଣ ଏବଂ କୃଷକଙ୍କ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦିଲ୍ଲୀରେ ଚକା ଜାମ କରିବ ବୋଲି ଚେତାବନୀ ଦେଇଛି ସିଟୁ ଦଳ । ପାର୍ଲାମେଣ୍ଟ ଘେରିବା ସହ ବିଶାଳ ଆନ୍ଦୋଳନ ଆୟୋଜିତ କରି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିପକ୍ଷରେ ଏହି ଆନ୍ଦୋଳନ କରାଯାଉଛି ।