ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର କାଠ ଜବତ, 6 ଗିରଫ

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ସର୍ଗିପାଲି ଢେଲସରା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଛି । ଏହାସହ ଜିଲ୍ଲାର ସବୁଠାରୁ ବଡ କାଠ ମାଫିଆ ସହ 6 ଜଣଙ୍କୁ ଗିରଫ କରାଯାଇଛି ।

By

Published : Sep 14, 2019, 3:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୁନ୍ଦରଗଡ: ବେଆଇନ କାଠ ଗୋଦାମରେ ବନ ବିଭାଗର ଚଢଉ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ସର୍ଗିପାଲି ଢେଲସରା ଅଞ୍ଚଳର ଏହି ଗୋଦାମରୁ 5 ଲକ୍ଷ ଟଙ୍କାର ଚୋରାକାଠ ଜବତ ହେବାସହ 6 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ସୁନ୍ଦରଗଡ ଢେଲସରା ଅଞ୍ଚଳରୁ ସାଗୁଆନ, ଶାଳ, ପିଆଶାଳ ଭଳି ମୂଲ୍ୟବାନ ଗଛ କାଟି ସେଥିରୁ କାଠ କରି ବାହାରକୁ ପଠାଯାଉଥିଲା । ଏନେଇ ବନ ବିଭାଗ ଖବର ପାଇ ଆଜି ସକାଳୁ ଚଢ଼ାଉ କରିଥିଲେ। ଉଜଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହିରା, ସୁନ୍ଦରଗଡ ଫରେଷ୍ଟ ବନଖଣ୍ଡର ସହକାରୀ ବନ ସଂରକ୍ଷକ ଟଙ୍କଧର ବେହେରା, ମାଜିଷ୍ଟ୍ରେଟ ସାରିକା ରାଣୀ ଧମେଲ ପୋଲିସ ସହାୟତାରେ ହଠାତ ସେଠାରେ ପହଞ୍ଚିଥିଲେ । ପରେ ଜିଲ୍ଲାର ବଡ କାଠ ମାଫିଆ ତରୁଣ ଦାସ ସମେତ ଘଟଣାରେ 6 ଜଣଙ୍କୁ ଗିରଫ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଚୋର କାଠ କାରବାର ଜୋରଦାର ଚାଲିଥିଲା । ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହେଉଥିଲା । ଶେଷରେ ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତକୁ ଯାଇଥିବାରୁ ସ୍ଥାନୀୟ ଜଙ୍ଗଲ ସମ୍ପଦର ସୁରକ୍ଷା ହୋଇପାରିବ ବୋଲି ସାଧାରଣରେ କୁହାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details