ରାଉରକେଲା:ଶ୍ରମ ବିଭାଗ ଅଫିସ ଘେରିଲେ ଶ୍ରମିକ । ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି ନେଇ ରାଉରକେଲା ଶ୍ରମ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଉରକେଲା ମହାନଗର ନିଗମରୁ ରାଲି ଯୋଗେ ରାଉରକେଲା ଜିଲ୍ଲା ଶ୍ରମ ବିଭାଗ ଅଫିସ ପହଞ୍ଚି ଘେରାଉ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଥିଲେ ।
ବାରମ୍ବାର ଶ୍ରମ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ହୋଇ ପାରିନଥିବା ସେମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନକୁ ଅନ୍ୟାନ୍ୟ ଆଇନ ସହ ମିଶ୍ରଣ ଯୋଜନାକୁ ପ୍ରତ୍ୟାହାର କରିବା । ଶ୍ରମିକ ମାନଙ୍କ ପଞ୍ଜିକରଣ ଓ ନବୀକରଣ ପାଇଁ କେବଳ ମାତ୍ର ଅନଲାଇନରେ କରା ନଯାଇ ଅଫ ଲାଇନ ବ୍ୟବସ୍ଥା ଚାଲୁ କରିବା ।