ଓଡିଶା

odisha

ETV Bharat / state

ମହାତ୍ମା ଗାନ୍ଧୀ ନିଶ୍ଟିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ - manarega scam in hemagira

ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଡୁରୁବଗା ଗ୍ରାମ ପଞ୍ଚାୟତର କୁତାବଗା ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଟିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି । ଶ୍ରମିକ ମାନଙ୍କ ଟଙ୍କା ହଡପ । ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ ।

ମହାତ୍ମା ଗାନ୍ଧି ନିଶ୍ଟିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ମହାତ୍ମା ଗାନ୍ଧି ନିଶ୍ଟିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

By

Published : Feb 26, 2021, 8:55 PM IST

ସୁନ୍ଦରଗଡ: ସରକାରୀ ବାବୁଙ୍କୁ ସରକାରୀ ଦରମା ନିଅଣ୍ଟ ପଡୁଛି । ଯେଉଁମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପରି ଯୋଜନାରେ କାମ କରିଛନ୍ତି ସେହି ସମସ୍ତଙ୍କ ଟଙ୍କା ହଡପ ହୋଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଡୁରୁବଗା ଗ୍ରାମ ପଞ୍ଚାୟତର କୁତାବଗା ଗ୍ରାମରେ ।

ମହାତ୍ମା ଗାନ୍ଧି ନିଶ୍ଟିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଏହି କାଣ୍ଡ ଡୁରୁବଗା ଗ୍ରାମ ପଞ୍ଚାୟତର ଜି.ଆର୍.ଏସ ଓ ଗ୍ରାମ ସାଥି ମିଳିତ ଭାବେ କରିଥିବା କଥା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ସେମାନଙ୍କ ଜବ କାର୍ଡ ଗୁଡିକୁ ମଧ୍ୟ ଲୁଟି ନେଇଥିବା କଥା ଏହି ଶ୍ରମକ ମାନେ ଅଭିଯୋଗ କରିଛନ୍ତି । ଇଟିଭି ଭାରତର ଅନୁସନ୍ଧାନ ମୂଳକ ରିପୋର୍ଟ ।

ଡୁରୁବଗା ଗ୍ରାମ ପଞ୍ଚାୟତର କୁତାବଗାରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଚତୁର୍ଦ୍ଦଶ ଅର୍ଥ କମିଶନ( 14th Finance Commission)ଙ୍କ ଯୋଜନାରେ ଏହି ଦୁର୍ନୀତି ହୋଇଛି । କୁତାବଗା ଗାଁର 67 ଜଣ ଶ୍ରମିକ ଏହି ଦୁର୍ନୀତିର ଶିକାର ହୋଇଛନ୍ତି । ତାଙ୍କର କଠିନ ପରିଶ୍ରମରେ ରାସ୍ତା ଓ ପୋଖରୀ ତିଆରି ହୋଇଛି । ହେଲେ ତାଙ୍କ ପେଟକୁ ଦାନା ସଂଗ୍ରହ କରିବା ପାଇଁ ଯେଉଁ ଯୋଜନା ସରକାର କରିଛନ୍ତି ତାହା ତାଙ୍କ ପକେଟକୁ ନଯାଇ ଜି.ଆର୍.ଏସ, ଗ୍ରାମସାଥି ଓ କେତେକ ଦୁର୍ବୃତ୍ତ ଲୁଟି ନେଇଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । କାହାକୁ ଅଧେ ମିଳିଛି ତ ପୁଣି କାହାର ସଂପୂର୍ଣ୍ଣ ଉଡିଯାଇଛି । ତେବେ ଏହି ସମସ୍ୟା ନେଇ ସେମାନେ ସ୍ଥାନୀୟ ସରପଞ୍ଚ, ବିଡିଓ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ଯାଏଁ ତାଙ୍କ କଥା କେହି ଶୁଣି ନଥିବା କଥା ଶ୍ରମିକ ମାନେ କହିଛନ୍ତି ।

ଶ୍ରମିକ ମାନଙ୍କର ଯେ କେବଳ ଶ୍ରମ ଟଙ୍କା ହଡପ କରିଛନ୍ତି ତାହା ନୁହେଁ । ସରକାରୀ ବାବୁ ସେମାନଙ୍କ ଜବକାର୍ଡ ଗୁଡିକୁ ମଧ୍ୟ ଲୁଟି ନେଇଛନ୍ତି ଆଉ ନିଜ ପାଖରେ ରଖି ସେମାନଙ୍କୁ ଭୁଆଁ ବୁଲାଉଛନ୍ତି । ଏନେଇ ସେମାନେ ହେମଗିର ବିଡିଓ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସୁନ୍ଦରଗଡ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ବିଫଳ ହେବାପରେ କାମ କରିଥିବା ସ୍ଥାନରେ ଧାରଣାରେ ବସିଛନ୍ତି । କେବେଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ସେମାନେ କେତେକ ଗଣମାଧ୍ୟମକୁ ନିବେଦନ କରିଛନ୍ତି ।

ଶ୍ରମିକ ମାନଙ୍କର ସମସ୍ୟା ନେଇ ଆମେ ହେମଗିରି ବିଡିଓଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ ଶ୍ରମିକ ମାନଙ୍କର ଅଭିଯୋଗ ପାଇଥିବା କଥା କହିଥିଲେ । ଶ୍ରମିକ ମାନେ ଯେପରି ତାଙ୍କ ଟଙ୍କା ପାଇପାରିବେ ସେ ନେଇ ବ୍ୟବସ୍ଥା କରୁଥିବା କଥା କହିବା ସହ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ବିଡିଓ ମୋହଦୟ ଏ ଘଟଣା ଜାଣିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ତାଙ୍କ ବିଭାଗର ନିର୍ମଳାତକୁ ସନ୍ଦେହର ପରିସରକୁ ନେଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details