ରାଉରକେଲା: ଆଜିର ଶିଶୁ କାଲିର ଭବିଷ୍ୟତ । ବର୍ତ୍ତମାନ ଶିଶୁ ଶ୍ରମିକଙ୍କ ସଂଖ୍ଯା ବଢିବାରେ ଲାଗିଛି । ପରିସ୍ଥିତିରେ ପଡ଼ି ଶିଶୁ ଶ୍ରମିକ ହୋଇଛନ୍ତି । ସେମାନଙ୍କ ଭବିଷ୍ୟତ ଯେପରି ଅନ୍ଧାକାର ଭିତରକୁ ଠେଲି ହୋଇ ନଯାଉ ଏ ଦିଗରେ ସମସ୍ତଙ୍କୁ ସଚେତନ ସଜାଗ ହେବାକୁ ପଡ଼ିବ । ରାଉରକେଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଉଦ୍ଘାଟନ ହୋଇଛି । ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ରାଉରକେଲା ସହର ସହ ଆଖପାଖ 4ଟି ବ୍ଲକ ଅଞ୍ଚଳରେ ଗଡ଼ିବ ଏହି ସଚେତନତା ରଥ । ଲୋକଙ୍କୁ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ କରିବ ।
ରାଉରକେଲାରେ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆରମ୍ଭ ହୋଇଛି । ରାଜ୍ୟ ଶ୍ରମ ବିଭାଗ ଏବଂ ରାଜ୍ୟ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଉଦଘାଟନ କରାଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ଶିଶୁ ଶ୍ରମିକଙ୍କୁ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ନେଇ ଏହି ସଚେତନ ରଥ ଆଜିଠାରୁ ରାଉରକେଲାରୁ ବାହାରି ରାଉରକେଲା ସମେତ ଆଖପାଖ 4ଟି ବ୍ଲକରେ ବୁଲିବ ଏବଂ ଲୋକଙ୍କୁ ସଚେତନ କରିବ । ଶିଶୁ ଶ୍ରମିକ ସମସ୍ୟାର ମୁକାବିଲା ତଥା ଶିଶୁ ଶ୍ରମିକଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ସଚେତନ ରଥ ଉଦଘାଟନ କରିଛନ୍ତି ।