ଓଡିଶା

odisha

By ETV Bharat Odisha Team

Published : Oct 31, 2023, 5:00 PM IST

ETV Bharat / state

Watch: ବାସନ ମାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ରାଉରକେଲା ବିଧାୟକ ସାରଦା ନାୟକ ସହରର ଗୁରୁଦ୍ୱାରା ଯାଇ ଖାଇବା ବାଣ୍ଟିବା ସହ ବାସନ ମାଜିଛନ୍ତି । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ବାସନ ମାଜିଲେ ବିଧାୟକ ସାରଦା ନାୟକ
ବାସନ ମାଜିଲେ ବିଧାୟକ ସାରଦା ନାୟକ

ବାସନ ମାଜିଲେ ବିଧାୟକ ସାରଦା ନାୟକ

ରାଉରକେଲା: ବାସନ ମାଜିଲେ ବିଧାୟକ । ରାଉରକେଲା ବିଧାୟକ ସାରଦା ନାୟକ ସହରର ଗୁରୁଦ୍ୱାରା ଯାଇ ଖାଇବା ବାଣ୍ଟିବା ସହ ବାସନ ମାଜିଛନ୍ତି । ବିଧାୟକ ସାରଦା ସବୁବେଳେ ବିଭିନ୍ନ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । କେବେ ଡାନ୍ସ ତ କେବେ ଟଙ୍କା ଉଡାଇବା ସହ କେବେ ଗୀତ ଗାଇବା । ଏବେ ବାସନ ମାଜିବା ଭିଡ଼ିଓ ଭାଇରାଲ ହେବା ସହ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ସାରଦା ।

ଗୋଟିଏ ପରେ ଗୋଟିଏ କାମ କରି ଚର୍ଚ୍ଚାରେ ରହୁଛନ୍ତି ସାରଦା । ପୂର୍ବରୁ ଗଣେଶ ପୂଜା ଭସାଣି ଉତ୍ସବରେ ମଞ୍ଚରେ ‘ମେ ହୁଁ ଡନ୍‌’ ଗୀତରେ ନାଚିବା, କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା, ରକ୍ତଦାନ ଶିବିରରେ ଛୁଞ୍ଚି ଫୋଡ଼ି କର୍ମୀଙ୍କ ହାତରୁ ରକ୍ତ ଟାଣିବା, ମୀନାକ୍ଷି ଧରଙ୍କ ଜନ୍ମ ଦିନରେ ଗୀତ ଗାଇବାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଆଜି ସିଭି ଟାଉନସିପ ଠାରେ ଥିବା ଗୁରୁଦ୍ବାରାରେ ଆୟୋଜିତ ପ୍ରକାଶ ଉତ୍ସବରେ ସାରଦା ଆଉ ଏକ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି । ସୋମବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସାହେବ ଶ୍ରୀ ଗୁରୁ ରାମଦାସ ଜୀ ମହାରାଜଙ୍କ ଗୁରୁମତ୍‌ କୀର୍ତ୍ତନ ସମାଗମ କାର୍ଯ୍ୟକ୍ରମରେ ସାରଦା ଯୋଗ ଦେଇଥିଲେ । ଗୁରୁଦ୍ବାରା କମିଟିର କର୍ମକର୍ତ୍ତାଙ୍କ ସହ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିଥିଲେ । ପରେ ସେମାନଙ୍କ ବାସନଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମାଜିଥିଲେ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ସାରଦା ନିଜର ପ୍ରଚାରପ୍ରସାର ପାଇଁ ଏଭଳି କାମ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ଶ୍ରମମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ‌େଦେଇ ଭିନ୍ନଭିନ୍ନ ଅବତାରରେ ଅବତୀର୍ଣ୍ଣ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ୧୨ ଦିନ ତଳେ ସୁନ୍ଦରଗଡ଼ରେ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରିଥିଲେ ରଇସ ଅନିସ ସାବରି । ଏଥିରେ ଅତିଥି ଭାବେ ଯୋଗ ଦେଇ ସାରଦା ତାଙ୍କ ଉପରକୁ ପୁଳାପୁଳା ଟଙ୍କା ଉଡ଼ାଇଥିଲେ । କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡ଼ାଇ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......Watch: ଗୀତ ଗାଇ ପୁଣି ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ

ଏହାସହ ରାଉରକେଲା ସରକାରୀ ଡାକ୍ତରଖାନାସ୍ଥ ରକ୍ତଭଣ୍ଡାରରେ ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଜଣେ ରକ୍ତଦାତାଙ୍କ ରକ୍ତ ଟାଣିଥିଲେ, ଯାହାକୁ ନେଇ ବିବାଦ ଉପୁଜିଥିଲା । ବିଜେପି ପକ୍ଷରୁ ରଘୁନାଥପାଲୀ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରା ଯାଇଥିଲା । ଜିଲ୍ଲା କଂଗ୍ରେସ କର୍ତ୍ତୃପକ୍ଷ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଅନୁରୂପ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏବେ ସାରଦା ଏକ ଭିନ୍ନ ଢଙ୍ଗରେ ଗୁରୁଦ୍ୱାରାର ଯାଇ ଲୋକଙ୍କୁ ଖାଇବା ବଢିବା ସହ ବାସନକୁ ମଧ୍ୟ ମାଜିଛନ୍ତି । ତେବେ ବର୍ତ୍ତମାନ ବିବାଦୀୟ କାର୍ଯ୍ୟ ନକରି ସତ କାର୍ଯ୍ୟ କରୁଥିବା ଭିଡ଼ିଓ ଭାଇରାଲ ହେଉଛି।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details