ଓଡିଶା

odisha

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Oct 7, 2021, 10:03 AM IST

ସୁନ୍ଦରଗଡ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଶାଗୁଆନ ଜଙ୍ଗଲରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଧେହ
ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଧେହ

ସୁନ୍ଦରଗଡ:ଜଙ୍ଗଲ ମଧ୍ୟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଶାଗୁଆନ ଜଙ୍ଗଲରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଜଙ୍ଗଲ ମଧ୍ୟରେ ମହିଳାଙ୍କ ମୃତଦେହ ପଡିଥିବା ନେଇ ଗତକାଲି ବିଳମ୍ବିତ ରାତିରେ ପୋଲିସକୁ ସୂଚନା ମିଳିଥିଲା । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଧେହ

ତେବେ ମହିଳାଙ୍କୁ କେହି ହତ୍ୟା କରି ଜଙ୍ଗଲ ଫୋପାଡି ଦେଇ ଚାଲିଯାଇଥିବା କୁଆଁରମୁଣ୍ଡା ପୋଲିସ ସନ୍ଦେହ କରୁଛି । ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ବୟସ ୪୮ ରୁ ୫୦ ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details