ଓଡିଶା

odisha

ETV Bharat / state

କୀର୍ତ୍ତିଚକ୍ର ଶହୀଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ - କୀର୍ତିଚକ୍ର ସହିଦ ପ୍ରଦୀପ ପଣ୍ଡା

ରାଉରକେଲାର ରାଜଗାଙ୍ଗପୁର ରାଷ୍ଟ୍ରୀୟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ କୀର୍ତ୍ତିଚକ୍ର ଶହୀଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । କାର୍ଯ୍ୟକ୍ରମରେ ଶହୀଦ ପତ୍ନୀ ମିତାଲି ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 6, 2019, 8:39 PM IST

ରାଉରକେଲା: ରାଜଗାଙ୍ଗପୁରର ରାଷ୍ଟ୍ରୀୟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ କୀର୍ତ୍ତିଚକ୍ର ଶହୀଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ସିଆରପିଏଫ ଡିଆଇଜି ରାମ ଚରିତ୍ର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ସିଆରପିଏଫର ଆନୁକୁଲ୍ୟରେ ନିର୍ମାଣ ହୋଇଥିଲା ଏହି ପ୍ରତିମୂର୍ତ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ସ୍କୁଲ ପରିସରରେ ଆୟୋଜିତ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ସିଆରପିଏଫର ଅଫିସର ତଥା ସ୍ଥାନୀୟ ଲୋକେ ସହିଦ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟପକ୍ଷେ ଶହୀଦଙ୍କ ପତ୍ନୀ ମିତାଲି ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି ।

ଶହୀଦ ପଣ୍ଡା ରାଷ୍ଟ୍ରୀୟ ସରକାରୀ ଉଚ୍ଚବିଦ୍ୟାଳୟ ସ୍କୁଲର ଛାତ୍ର ଥିଲେ । ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ସିଆରପିଏଫ 19 ବଟାଲିଅନର କମଣ୍ଡେଣ୍ଟ ରାଜେଶ କୁମାର କାର୍ୟ୍ଯକ୍ରମର ସଞ୍ଚାଳନ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details