ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱାସ୍ଥ୍ୟ ଉପକରଣ ବାଣ୍ଟି ଉତ୍ସାହିତ କଲେ ଜୁଏଲ ଓରାମ - କୋରୋନା

ତଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପିପିଇ କିଟ, ଅକ୍ସିମିଟର, ଥର୍ମୋମିଟର ପ୍ରଦାନ କଲେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱାସ୍ଥ୍ୟ ଉପକରଣ ବାଣ୍ଟି ଉତ୍ସାହିତ କଲେ ଜୁଏଲ ଓରାମ
ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱାସ୍ଥ୍ୟ ଉପକରଣ ବାଣ୍ଟି ଉତ୍ସାହିତ କଲେ ଜୁଏଲ ଓରାମ

By

Published : May 22, 2021, 8:17 AM IST

ସୁନ୍ଦରଗଡ: ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଲିଶଙ୍କରା ପ୍ରାଥମିକସ୍ବାସ୍ଥ୍ୟ କେନ୍ଦ୍ର ଏବଂ କିଞ୍ଜିରକେଲା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । କୋଭିଡ ସଂକ୍ରମଣରୁ ନିଜକୁ କିପରି ସୁରକ୍ଷିତ ରଖିପାରିବ ସନେଇ ବୁଝାଇବା ସହ ସେଠାରେ ଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ପିପିଇ କିଟ, ଅକ୍ସିମିଟର, ଥର୍ମୋମିଟର ଆଦି ପ୍ରଦାନ କରିଥିଲେ ।

ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱାସ୍ଥ୍ୟ ଉପକରଣ ବାଣ୍ଟି ଉତ୍ସାହିତ କଲେ ଜୁଏଲ ଓରାମ

ଏହା ସହ ବର୍ତ୍ତମାନ ପରିସ୍ଥିତିରେ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ ଓ ଟୀକାକରଣକୁ ଆହୁରି ତୀକ୍ଷଣ କରିବା ସହିତ ବ୍ୟାପକ ଜନସଚେତନତା କରିବାକୁ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଜୁଏଲଙ୍କ ସହ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ସଭାପତି ଭବାନୀ ଶଙ୍କର ଭୋଇ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ବଟ କିଶୋର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଟେଲ, ସାଂସଦଙ୍କ ବ୍ଲକ ପ୍ରତିନିଧି ବସନ୍ତ ସାହୁ, ବିଧାୟକ ପ୍ରତିନିଧି ଶିଶିର ରାଉତ ରାଏ, ମଣ୍ଡଳ ସଭାପତି ବାବୁଲି ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details