ସୁନ୍ଦରଗଡ଼: ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଆଜି ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀର ଟାଙ୍ଗରପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲେଫ୍ରିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୁଣ୍ଡୁକେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିବା ସହ କୋଭିଡ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ ।
ସାଂସଦଙ୍କ ସହିତ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ଜିଲ୍ଲା ସଭାପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରି କୋଭିଡ ସଂକ୍ରମଣରୁ ନିଜକୁ ସୁରକ୍ଷିତ କରି କିପରି କରୋନା ବିରୁଦ୍ଧରେ ଲଢି ସମାଜରେ ସେବା କରିହେବ ସେଥିପାଇଁ ସେଠାରେ କାର୍ଯ୍ୟରତ ଥିବା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟ ଉପକରଣ ଯଥା ପିପିଇ କିଟସ୍, ଅକ୍ସୀମିଟର, ଥର୍ମୋମିଟର ଆଦି ପ୍ରଦାନ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଟ୍ରେଷ୍ଟିଂଙ୍ଗ, ଟ୍ରେସିଂଙ୍ଗ, ଟ୍ରିଟମେଣ୍ଟ ଓ ଟୀକାକରଣକୁ ଆହୁରି ତୀକ୍ଷଣ କରିବା ସହିତ ବ୍ୟାପକ ଜନସଚେତନତା କରିବାକୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ନର୍ସ, ଆଶା ଦିଦି ଓ ଅଙ୍ଗନବାଡ଼ି ଦିଦିଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।