ଓଡିଶା

odisha

By

Published : Feb 8, 2021, 4:48 PM IST

ETV Bharat / state

ୟୁନିଅନ ବଜେଟ କ୍ରାନ୍ତିକାରୀ ଓ ଯୁଗାନ୍ତକାରୀ: ଜୁଏଲ ଓରାମ

ସୁନ୍ଦରଗଡ ଭାଜପା ପାର୍ଟି କାର୍ଯ୍ୟାଳୟରେ ଗୃହୀତ ୟୁନିୟନ ବଜେଟକୁ ନେଇ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟିକରଣ ଦେଇଛନ୍ତି । ୟୁନିୟନ ବଜେଟ 2021-2022 ଏକ କ୍ରାନ୍ତିକାରୀ, ଯୁଗାନ୍ତକାରୀ ଓ ସମୟ ଉପଯୋଗୀ ବଜେଟ ବୋଲି ଜୁଏଲ କହିଛନ୍ତି । ଅଧିକ ପଢନ୍ତୁ...

ୟୁନିଅନ ବଜେଟ କ୍ରାନ୍ତିକାରୀ ଓ ଯୁଗାନ୍ତକାରୀ, ଜୁଏଲ ଓରାମ
ୟୁନିଅନ ବଜେଟ କ୍ରାନ୍ତିକାରୀ ଓ ଯୁଗାନ୍ତକାରୀ, ଜୁଏଲ ଓରାମ

ସୁନ୍ଦରଗଡ:ସୁନ୍ଦରଗଡ ଭାଜପା ପାର୍ଟି କାର୍ଯ୍ୟାଳୟରେ ଗୃହୀତ ୟୁନିୟନ ବଜେଟକୁ ନେଇ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟିକରଣ ଦେଇଛନ୍ତି । ସାରା ରାଜ୍ୟ ଓ ଜିଲ୍ଲା ଏହି ବଜେଟକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରୁଥିବା ବେଳେ ଆଜି ଜୁଏଲ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ୟୁନିୟନ ବଜେଟ 2021-2022 ଏକ କ୍ରାନ୍ତିକାରୀ, ଯୁଗାନ୍ତକାରୀ ଓ ସମୟ ଉପଯୋଗୀ ବଜେଟ ବୋଲି ଜୁଏଲ କହିଛନ୍ତି । ଏହି ବଜେଟ 6 ବିନ୍ଦୁକୁ ଗୁରୁତ୍ୱ ଦେଇ କରାଯାଇଥିବା କଥା ସେ କହିଛନ୍ତି ।

ୟୁନିଅନ ବଜେଟ କ୍ରାନ୍ତିକାରୀ ଓ ଯୁଗାନ୍ତକାରୀ, ଜୁଏଲ ଓରାମ

ବଜେଟରେ ମାନବ ସମ୍ବଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଭିତ୍ତିଭୂମି, ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ତ୍ୱ ଦିଆଯାଇଥିବା କଥା ସେ କହିଛନ୍ତି । ତେବେ ସାରା ଦେଶ ଓ ରାଜ୍ୟ ପାଇଁ ଏହା ଏକ ଯୁଗାନ୍ତକାରୀ ଓ ବିକାଶମୁଖି ବଜେଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ପାଇଁ ଏହା ଅତ୍ୟନ୍ତ ଶୁଭଙ୍କର ବୋଲି ସେ କହିଛନ୍ତି । ୟୁନିୟନ ବଜେଟ ଉପରେ ସେ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ଦେବା ସହ ଜିଲ୍ଲାକୁ ଆଗାମୀ ଦିନରେ ମୁଖ୍ୟ ମନ୍ତ୍ରୀଙ୍କ ସହ 15 ଜଣ ମନ୍ତ୍ରୀ ତଥା ଅନେକ ବିଧାୟକ ଆସୁଥିବା ଘଟଣାକୁ ସେ ସ୍ବାଗତ କରିଛନ୍ତି ହେଲେ ଏପର୍ଯ୍ୟନ୍ତ ସୁନ୍ଦରଗଡରେ ବିକାଶ କାହିଁକି ହେଉନାହିଁ ତାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ମନ୍ତ୍ରୀହୀନ ସୁନ୍ଦରଗଡ ଜିଲ୍ଲାକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିଅନ୍ତୁ ତେବେ ଯାଇ ଲୋକେ ତାଙ୍କୁ ବିଶ୍ୱାସ କରିବେ ଓ ଜିଲ୍ଲାର ମଙ୍ଗଳ ବା ବିକାଶ ଆଗେଇବ, ନହେଲେ ଏହି ଆଦିବାସୀ ଜିଲ୍ଲାରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ପୂରଣ ହେବା କଷ୍ଟକର ହେବ ବୋଲି ସେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details