ଓଡିଶା

odisha

ସୁନ୍ଦରଗଡ଼ ମଦ ବ୍ୟବସାୟୀ ଘରୁ ୯୦ ଲକ୍ଷ ଜବତ

By ETV Bharat Odisha Team

Published : Dec 10, 2023, 10:03 AM IST

IT Raids In Sundargah: ରାଜ୍ୟର ସର୍ବବୃହତ ଆୟକର ରେଡକୁ ପୁରିଛି ଚତୁର୍ଥ ଦିନ । ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ଘରୁ ମିଳିଛି ୯୦ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ସବୁଠୁ ବଡ଼ ଇନକମ ଟ୍ୟାକ୍ସ ରେଡ଼ର ଚତୁର୍ଥ ଦିନ, ସୁନ୍ଦରଗଡ଼ର ମଦ ବେପାରୀଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଜବତ
ସବୁଠୁ ବଡ଼ ଇନକମ ଟ୍ୟାକ୍ସ ରେଡ଼ର ଚତୁର୍ଥ ଦିନ, ସୁନ୍ଦରଗଡ଼ର ମଦ ବେପାରୀଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଜବତ

ସବୁଠୁ ବଡ଼ ଇନକମ ଟ୍ୟାକ୍ସ ରେଡ଼ର ଚତୁର୍ଥ ଦିନ, ସୁନ୍ଦରଗଡ଼ର ମଦ ବେପାରୀଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଜବତ

ରାଉରକେଲା: ଯେତେ ଖୋଳିଲେ ବି ସରୁନି ମହାକୁବେରଙ୍କ କଳାଧନର ପାହାଡ଼ । ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ଘରେ ଶନିବାର ଚତୁର୍ଥ ଦିନରେ ଆୟକର ବିଭାଗ ଚଢାଉ କରିଛି । ୨ ଦିନ ତଳେ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ ଗୁଡାଏ ଦସ୍ତାବିଜ୍ ଜବତ କରିଥିବା ଆୟକର ଟିମ୍ ପୁଣି ଘରେ ପହଞ୍ଚି ତଲାସି ଚଲାଇଥିଲା ଏବଂ ଟଙ୍କା ଗଣିସାରିବା ପରେ ରାଜକିଶୋର ଜୟସ୍ବାଲ ଘରୁ ୯୦ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ ରାଜକିଶୋର ଥିବାରୁ କଳା କାରବାରର ପୂରା ଚିଠା ଆୟକର ଟିମ୍ ଖୋଜୁଥିବା ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ଼ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ର କିଛି ଜିଲ୍ଲାର ମଦ ବାଦଶାହା କୁହାଯାଉଥିବା ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ଘରେ ଗତ ୬ ତାରିଖ ସକାଳୁ ଆୟକର ବିଭାଗ ଚଢ଼ାଉ ଆରମ୍ଭ କରିଥିଲା । ଜୟସ୍ବାଲଙ୍କ ରାଣୀବଗିଚାସ୍ଥ ବାସଭବନରେ ଆଇଟି ଅଧିକାରୀମାନେ ପ୍ରଥମେ ରାଜକିଶୋର ଓ ତାଙ୍କ ଭାଇ ଦେଓକରଣ ଜୟସ୍ବାଲଙ୍କ ସହ ପରିବାରର ସମସ୍ତ ସଦସ୍ୟଙ୍କୁ ଜେରା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ସୁନ୍ଦରଗଡ ମଦ ବ୍ୟବସାୟୀଙ୍କ ଘରେ ଚଢାଉ ଜାରି, ରାଜ୍ୟବ୍ୟାପୀ ୩୦୦ କୋଟିରୁ ଊର୍ଦ୍ଧ୍ବ କଳାଧନ ଜବତ

ଏହାପରେ ଜୟସ୍ବାଲଙ୍କ ସର୍ଗିପାଲି ସହ ବିଭିନ୍ନ ସ୍ଥାନରେ ଥିବା ୧୦ରୁ ଅଧିକ ଦେଶୀ ମଦଭାଟି, ଠିପିବନ୍ଦ ବିଦେଶୀ ମଦ ଦୋକାନ, ବସ ସର୍ଭିସ ଅଫିସ, କିରେଇ ନିକଟ ଆମ୍ବିଆନ୍ସ ବାର୍‌ ଆଣ୍ଡ ହୋଟେଲ, ରାଣୀବଗିଚାସ୍ଥ ବାସଭବନ ଓ ଅଫିସରେ ଏକକାଳୀନ ଚଢ଼ାଉ କରିଥିଲେ । ଗୁରୁବାର ଦିନ ଗୋଟି ଗୋଟି କରି ସମସ୍ତ କାରବାରର ବିଲ୍‌ ଭାଉଚର ଯାଞ୍ଚ କରିଥିଲେ ଅଧିକାରୀ ଏବଂ ତାଙ୍କ ଘରୁ ଟଙ୍କା ଭର୍ତ୍ତି ୨ଟି ବଡ଼ ଟ୍ରଙ୍କ ଜବତ ‌ହୋଇଥିଲା । ଆୟକର ବିଭାଗର କିଛି ଅଧିକାରୀ ପୋଲିସ ସୁରକ୍ଷା ମଧ୍ୟରେ ଟ୍ରଙ୍କକୁ ନେଇ ଏସବିଆଇ ଶାଖାରେ ଟଙ୍କା ଗଣତି କରିଥିବା ବେଳେ ଅନ୍ୟ ଏକ ଟିମ୍‌ ଜୟସ୍ବାଲଙ୍କ ଘର ସଂଲଗ୍ନ ଅଫିସରେ ବିଲ୍‌ ଭାଉଚର ତନ୍ନ ତନ୍ନ କରି ଯାଞ୍ଚ ଚଲାଇଥିଲେ ।

ତେବେ କେତେ ଟଙ୍କାର ଟିକସ୍‌ ଫାଙ୍କି ହୋଇଛି ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା । ଚାରି ଦିନ ହେବ ବ୍ୟାପକ ଚଢ଼ାଉ ପରେ ଟ୍ୟାକ୍ସ ଫାଙ୍କି ରଖିଥିବା ୯୦ ଲକ୍ଷ ଟଙ୍କା ସୁନ୍ଦରଗଡ଼ ବ୍ୟାଙ୍କରେ ଗଣା ଯାଇଥିଲା । ଅଦ୍ୟାବିଧି ଜୋରଦାର ଚଢ଼ାଉ ଜାରି ରହିଛି ଏବଂ ଆଗାମୀ ସମୟରେ ଆହୁରି ଅଧିକ ତଥ୍ୟ ମିଳିବ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details