ଓଡିଶା

odisha

ETV Bharat / state

ଇସ୍ପାତ ସହରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ - ispat minister dharmendra pradhan

ଇସ୍ପାତ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ରଙ୍କ ଏହା ପ୍ରଥମ ରାଉରକେଲା ଗସ୍ତ । 3ଦିନିଆ ଗସ୍ତରେ ମନ୍ତ୍ରୀ ରାଉରେକାଲା ଆସି ବିଭିନ୍ନ ଶ୍ରମିକ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବା ସହ ରବିବାର ଦିନ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ସେହପରି ଆଗାମୀ ସୋମବାର ଦିନ କାଲଟା, କୋଇଡା ଖଣି ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 28, 2019, 9:24 PM IST

ରାଉରକେଲା: ତିନି ଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ନିର୍ଦ୍ଧାରିତ ସମୟର ବହୁତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଆସି ପହଞ୍ଚଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ବିମାନ ବନ୍ଦରରେ ଧର୍ମେନ୍ଦ୍ରଙ୍କୁ ସ୍ବାଗତ ଜଣାଇ ଥିଲେ ସାଂସଦ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ ସହିତ ଅନେକ ବିଜେପି କର୍ମକର୍ତ୍ତା । ଏଥିସହ ସେଲର ଅଧିକାରୀ ମାନଙ୍କ ସହ ଇସ୍ପାତ କାରଖାନାର ସିଇଓ ଦୀପକ ଚାର୍ଟରାଜ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ସନ୍ଧ୍ୟାରେ ରାଉରକେଲା ହାଉସରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା । ଆସନ୍ତାକାଲି ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଆରଏସପିର ବରିଷ୍ଠ ଅଧିକାରୀ , କର୍ମଚାରୀ ମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ । ଏହା ସହ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ରବିବାର ସନ୍ଧ୍ୟାରେ ରାଉରକେଲା ହାଉସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସେହପରି ଆଗାମୀ ସୋମବାର ଦିନ କାଲଟା, କୋଇଡା ଖଣି ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।


ରାଉରକାଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details