ଓଡିଶା

odisha

ETV Bharat / state

ଷ୍ଟିଲ୍ ସିଟିରେ ଅନ୍ତର୍ଜାତୀୟ ଶୀତବସ୍ତ୍ର ମେଳା, ମନ ମୋହୁଛି ତିବ୍ଦତୀୟ ଶୀତ ବସ୍ତ୍ର - ମନ ମୋହୁଛି ତିବ୍ଦତୀୟ ଶୀତ ବସ୍ତ୍ର

International Winter wear Mela 2023 : ରାଉରକେଲାର ସେକ୍ଟର 3 ପଡିଆରେ ପଡିଛି ଶୀତ ବସ୍ତ୍ର ମେଳା । ଗ୍ରାହକଙ୍କ ପସନ୍ଦ ସୁନ୍ଦର ସୁନ୍ଦର ଡିଜାଇନର ଶାଲ, କ୍ୟାପ ଏବଂ କ୍ଲାସିକ ଗ୍ଲବ୍ସ । ଅଧିକ ପଢନ୍ତୁ ।

ଷ୍ଟିଲ୍ ସିଟିରେ ଅନ୍ତର୍ଜାତୀୟ ଶୀତବସ୍ତ୍ର ମେଳା, ମନ ମୋହୁଛି ତିବ୍ଦତୀୟ ଶୀତ ବସ୍ତ୍ର
ଷ୍ଟିଲ୍ ସିଟିରେ ଅନ୍ତର୍ଜାତୀୟ ଶୀତବସ୍ତ୍ର ମେଳା, ମନ ମୋହୁଛି ତିବ୍ଦତୀୟ ଶୀତ ବସ୍ତ୍ର

By ETV Bharat Odisha Team

Published : Nov 21, 2023, 10:49 PM IST

ଷ୍ଟିଲ୍ ସିଟିରେ ଅନ୍ତର୍ଜାତୀୟ ଶୀତବସ୍ତ୍ର ମେଳା, ମନ ମୋହୁଛି ତିବ୍ଦତୀୟ ଶୀତ ବସ୍ତ୍ର

ରାଉରକେଲା : ଷ୍ଟିଲ୍ ସିଟିରେ ପଡିଛି ଶୀତ ବସ୍ତ୍ରର ପସରା । ରାଉରକେଲାର ସେକ୍ଟର 3 ପଡିଆରେ ବସିଛି ଏହି ଶୀତ ବସ୍ତ୍ର ମେଳା । ତିବ୍ବତ ଏବଂ ନେପାଳ ରଙ୍ଗରେ ରଙ୍ଗେଇ ହୋଇଛି ରାଉରକେଲା ସହର। ତିବ୍ବତ, ନେପାଳ, ହିମାଚଳ ପ୍ରଦେଶ ରୁ ଶୀତ ବସ୍ତ୍ର ବେପାରୀ ମାନେ ଆଣିଛନ୍ତି ସୁନ୍ଦର ସୁନ୍ଦର ଶୀତ ବସ୍ତ୍ର ଶ୍ଵେଟର, ଜ୍ୟାକେଟ, ଶାଲ, କ୍ୟାପ, ଗ୍ଲବ୍ସ, ବ୍ଲାଙ୍କେଟ ଇତ୍ୟାଦି। ସହରର ଶୀତକାଳୀନ ଆବଶ୍ୟକତାକୁ ପୂରଣ କରିବାର ସ୍ପଷ୍ଟ ଉଦ୍ଦେଶ୍ୟ ସହିତ ସଂଗଠିତ ଏହି ବଜାରରେ ଶୀତକାଳୀନ ପୋଷାକ ଅତ୍ୟାବଶ୍ୟକ ସାମଗ୍ରୀର ଏକ ମନୋରମ ପରିବେଶ ସୃଷ୍ଟି କରୁଛି ।

ତେବେ ଏହି ଶୀତ ବସ୍ତ୍ର ମେଳା ରାଉରକେଲା ସହରବାସୀଙ୍କୁ ଖୁବ ଆକର୍ଷିତ କରୁଛି । ତିବ୍ବତ ଏବଂ ନେପାଳର ସୁନ୍ଦର ସୁନ୍ଦର ଶୀତ ବସ୍ତ୍ର ନାନା ରକମର ବିଭିନ୍ନ ଡିଜାଇନର ଷ୍ଟାଇଲିସ ପୁରୁଷ ଏବଂ ମହିଳାଙ୍କ ସ୍ବେଟର, ଜ୍ୟାକେଟ, ଏବଂ ସୁନ୍ଦର ସୁନ୍ଦର ଡିଜାଇନର ଶାଲ, କ୍ୟାପ ଏବଂ କ୍ଲାସିକ ଗ୍ଲବ୍ସ ସହ ଶୀତକୁ ଦାଉରୁ ସମ୍ପୂର୍ଣ୍ଣ ଉଷୁମ ଦେବା ପାଇଁ ବ୍ଲାଙ୍କେଟ ଆଦିର ପଡିଛି ଆକର୍ଷଣୀୟ ପସରା ।

ଏହା ମଧ୍ୟ ପଢନ୍ତୁ ...ପୁସ୍ତକପ୍ରେମୀଙ୍କ ପାଇଁ ଖୁସି ଖବର, ରାଜଧାନୀରେ କଳିଙ୍ଗ ପୁସ୍ତକ ମେଳା ଉଦଘାଟିତ

ଏହି ଅନ୍ତର୍ଜାତୀୟ ଶୀତ ବସ୍ତ୍ର ମେଳାରେ ଲୋକେ ମଧ୍ୟ ଆସି ଖୁବ ସୁନ୍ଦର ଭାବରେ କିଣାକିଣି କରି ଏହାର ମଜା ଉଠାଉଛନ୍ତି । ତିବ୍ଦତୀୟ ଏବଂ ନେପାଳି ପୋଷାକର ଚମକପ୍ରଦ ରଙ୍ଗ ଏବଂ ଜଟିଳ ଢାଞ୍ଚାଗୁଡ଼ିକ ଫ୍ୟାଶନ୍କୁ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ପାଇଁ ଏକ ଉତ୍ସାହ ସୃଷ୍ଟି କରିଥିବା ଜଣାପଡିଛି । ରାଉରକେଲାରେ ଥିବା ତିବ୍ଦତୀୟ ଏବଂ ନେପାଳର ଶୀତ କାଳୀନ ବଜାର କେବଳ ଏକ ବଜାର ନୁହେଁ; ଏହା ପରମ୍ପରା, ଫ୍ୟାଶନ୍ ଏବଂ ଆଗାମୀ ଶୀତ ପାଇଁ ପ୍ରସ୍ତୁତିର ଆନନ୍ଦ ଭଳି ଅନୁଭୂତ ପ୍ରଦାନ କରୁଛି ।

ମେଳାରେ ଦୋକାନୀମାନେ ରାଉରକେଲା ବାସୀଙ୍କ ଠାରୁ ପାଇଥିବା ସ୍ୱାଗତ ଏବଂ ଭଲ ଆଚରଣ କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି| କିନ୍ତୁ ମେଳାର ପୂର୍ବ ସ୍ଥାନ ପରିବର୍ତ୍ତନ ହେବା ଦ୍ବାରା ଉଭୟ ଗ୍ରାହକ ଏବଂ ବେପାରୀ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଶୀତ ବସ୍ତ୍ର ବଜାର ତିବ୍ଦତୀୟ ଓ ନେପାଳ ସମ୍ପ୍ରଦାୟ ଏବଂ ରାଉରକେଲା ଲୋକଙ୍କ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ଆଦାନ ପ୍ରଦାନର ହେଉଛି ଏକ ବଳିଷ୍ଠ ପ୍ରମାଣ । ତେବେ ରାଉରକେଲାରେ ଏହି ଅନ୍ତର୍ଜାତୀୟ ଶୀତ ବସ୍ତ୍ର ମେଳା ବେଶ୍ ଲୋକପ୍ରିୟ ହେଉଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details