ଓଡିଶା

odisha

ETV Bharat / state

ନାଚଗୀତ ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳନ କଲେ ରାଉରକେଲାବାସୀ - ବିଶ୍ୱ ଆଦିବାସୀ ଦିବସ

ରାଉରକେଲାରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ । ପାରମ୍ପରିକ ରୀତିନୀତି ଏବଂ ନାଚ ଗୀତରେ ଅଦିବାସୀ ଦିବସ ପାଳନ କଲେ ରାଉରକେଲାବାସୀ । ଅଧିକ ପଢନ୍ତୁ

ରାଉରକେଲାରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ
ରାଉରକେଲାରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ

By

Published : Aug 9, 2023, 7:42 PM IST

ରାଉରକେଲାରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ

ରାଉରକେଲା: ରାଉରକେଲା ସହରରେ ଧୁମଧାମରେ ପାଳନ କରାଯାଇଛି ବିଶ୍ୱ ଆଦିବାସୀ ଦିବସ । ସାରା ଦେଶରୁ ବିଭିନ୍ନ ସ୍ଥାନରେ ରହୁଥିବା ଆଦିବାସୀ ଲୋକେ ଆସି ଏହି ବିଶ୍ୱ ଆଦିବାସୀ ଦିବସରେ ଯୋଗ ଦେଇଛନ୍ତି । ରାଉରକେଲା ବିଶ୍ରା ଛକଠାରୁ ଏକ ବିଶାଳ ରାଲି ଆଦିବାସୀ ପାରମ୍ପରିକ ପୋଷାକ, ନାଚଗୀତ ଏବଂ ବାଜା ବଜାଇ ରାଉରକେଲା ଉଦିତନଗର ପର୍ଯ୍ୟନ୍ତ ଶୋଭାଯାତ୍ର କରିଥିଲା । ପ୍ରାୟ 10 ହଜାର ଆଦିବାସୀ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ, ପରମ୍ପରା ଏବଂ ଏକତା ପ୍ରଦର୍ଶିତ ହୋଇଥିଲା । ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ଆଦିବାସୀ ଅଂଶଗ୍ରହଣକାରୀମାନେ ତାଳବାଦ୍ୟରେ ନୃତ୍ୟ କରି, ହୃଦୟସ୍ପର୍ଶୀ ଗୀତ ଗାନ କରି ଏବଂ ମଧୁର ବାଜା ବଜାଇ ସମଗ୍ର ସହରକୁ ଆନନ୍ଦ ଉଲ୍ଲାସ ଏବଂ ସାଂସ୍କୃତିକ ସ୍ପନ୍ଦନରେ ଆଚ୍ଛନ୍ନ କରି ଦେଇଥିଲେ । ରାଲି ବେଳେ ଢୋଲ, ବାଜା, ବାଦ୍ୟର ତାଳେ ତାଳେ ମନଛୁଆଁ ଧ୍ୱନିରେ ମୁଖରିତ ହୋଇ ଉଠିଥିଲା ରାଜରାସ୍ତା ।

ବିଭିନ୍ନ ଅଞ୍ଚଳର ଜନଜାତି ପରସ୍ପର ମଧ୍ୟରେ ମିଶିବା, କାହାଣୀ, ଅନୁଭୂତି ଏବଂ ନିଜର ଭାବନାକୁ ବାଣ୍ଟିବା ଦ୍ୱାରା ଏକତା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଗର୍ବ ଏବଂ ଆତ୍ମବିଶ୍ୱାସର ଭାବନା ସୃଷ୍ଟି କରିବା ପାଇଁ ଏହି ଦିନକୁ ବେଶ ଆଡ଼ମ୍ବର ସହାକାରେ ପାଳନ କରନ୍ତି ଆଦିବାସୀମାନେ ।

ଏହି କାର୍ଯ୍ୟକ୍ରମରେ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ବକ୍ତବ୍ୟ ଏବଂ ଆଲୋଚନା କରାଯାଇଥିଲା । ମଣିପୁରରେ ଆଦିବାସୀମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଦେଶରେ ଆଦିବାସୀମାନେ ଯେଉଁ ଅତ୍ୟାଚାର ସହୁଛନ୍ତି ତାହା ବିରୋଧରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି ଅଦିବାସୀ ନେତା ।

ଅଧିକ ପଢନ୍ତି: ଦଳିତ ଆଦିବାସୀ ମହାସଂଘର ବିକ୍ଷୋଭ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା

ଆନ୍ତର୍ଜାତିକ ଆଦିବାସୀ ଦିବସ ଇତିହାସ:୯ ଅଗଷ୍ଟ ବିଶ୍ବ ଆଦିବାସୀମାନଙ୍କର ଏକ ସ୍ମରଣୀୟ ଦିବସ ଅଟେ । ମିଳିତ ଜାତିସଂଘର ଆଦିବାସୀ ଜନସଂଖ୍ୟା ଶାଖାର କାର୍ଯ୍ୟକାରୀ ସଦସ୍ୟ ବୈଠକରେ ୧୯୮୨ ମସିହାରେ ପ୍ରଥମେ ଅନ୍ତର୍ଜାତୀୟ ବିଶ୍ବ ଆଦିବାସୀ ଦିବସ ପାଳନର ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା । ପରବର୍ତ୍ତୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୨୩ ଡିସେମ୍ବର ୧୯୯୪ ମସିହାରେ, ୯ ଅଗଷ୍ଟକୁ ପ୍ରତି ବର୍ଷ ‘ଅନ୍ତର୍ଜାତୀକ ଆଦିବାସୀ ଦିବସ’ ରୂପେ ମାନ୍ୟତା ଦେଇ ପାଳନ କରିବାପାଇଁ ଗୃହୀତ ହେଲା । ସେହିଦିନଠାରୁ ବିଶ୍ବର ବିଭିନ୍ନ ଦେଶରେ ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ବାର୍ତ୍ତାକୁ ଆଦିବାସୀମାନେ ଆଗ୍ରହର ସହିତ ସମଗ୍ର ବିଶ୍ବରେ ପାଳନ କରି ଅସୁଆଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details