ଓଡିଶା

odisha

ETV Bharat / state

ରାଉରକେଲାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ - ଦିବ୍ୟାଙ୍ଗଙ୍କ ଅଧିକାର

International Day of Persons with Disabilities is observed : ରାଉରକେଲାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପୂର୍ବରୁ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ କ୍ରୀଡା ଉତ୍ସବ ଆୟୋଜିତ । ଏହି ପ୍ରତିଯୋଗିତାରେ 50ରୁ ଉର୍ଦ୍ଧ୍ବ ଉତ୍ସାହୀ ଦିବ୍ୟାଙ୍ଗ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

ରାଉରକେଲାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ମଧ୍ୟରେ କ୍ରୀଡା ଉତ୍ସବ ଆୟୋଜିତ
ରାଉରକେଲାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ମଧ୍ୟରେ କ୍ରୀଡା ଉତ୍ସବ ଆୟୋଜିତ

By ETV Bharat Odisha Team

Published : Dec 3, 2023, 11:07 AM IST

ରାଉରକେଲାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ମଧ୍ୟରେ କ୍ରୀଡା ଉତ୍ସବ ଆୟୋଜିତ

ରାଉରକେଲା: ରାଉରକେଲା ସହରରେ ଦିବ୍ୟାଙ୍ଗଙ୍କ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ସମାଜରେ ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ମନୋରଞ୍ଜନ ଏବଂ ଖେଳ ଭାବନା ବଜାୟ ରଖିବା ପାଇଁ ଏହି କ୍ରୀଡା ଉତ୍ସବ ଆୟୋଜନ କରାଯାଇଛି । ଆଶାଦୀପ ଦିବ୍ୟାଙ୍ଗ ସ୍କୁଲ ଏବଂ ମାରବାଡି ମହିଳା ମଞ୍ଚ ପକ୍ଷରୁ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇୟାଇଛି । କ୍ରୀଡ଼ା ପ୍ରତିଭାର ଉତ୍ସବରେ ଆଶାଦୀପ ଦିବ୍ୟାଙ୍ଗ ବିଦ୍ୟାଳୟ ଏବଂ ମାରବାଡି ମହିଳା ମଞ୍ଚ ପକ୍ଷରୁ ଛେଣ୍ଡ ବିଜ୍ଞାନ ପାର୍କ ଠାରେ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସଭିଏଁ ଏଥିରେ ଭାଗ ନେଇଥିଲେ । ଏହି ଅଭିନବ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦିବ୍ୟଙ୍ଗ ହୋଇଥିଲେ ମଧ୍ୟ ସାମର୍ଥ୍ୟ ଥିବା ପିଲାଙ୍କ ଏବଂ ସେମାନଙ୍କ କ୍ରୀଡା ଦକ୍ଷତା ପ୍ରଦର୍ଶନ ସହ ମନୋରଞ୍ଜନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏବଂ ଗୋଷ୍ଠୀଗତ ଭାବନା ସହ ଖେଳ ଭାବନାକୁ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା । ଏହି ପ୍ରତିଯୋଗିତାରେ 50ରୁ ଉର୍ଦ୍ଧ୍ବ ଉତ୍ସାହୀ ଦିବ୍ୟାଙ୍ଗ ଅଂଶଗ୍ରହଣ କରିଥିଲେ । ଏହି ଦିବ୍ୟାଙ୍ଗ କ୍ରୀଡା ଇଭେଣ୍ଟରେ 100 ମିଟର ଟ୍ରାଇ ସାଇକେଲ ରେସ, ଉତ୍ସାହପୂର୍ଣ୍ଣ ଆଶାବାଡି ରେସ, ସଟପୁଟ ଥ୍ରୋ ଭଳି ବିଭିନ୍ନ ଖେଳ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ

ଏହି କ୍ରୀଡ଼ା କେବଳ ଶାରୀରିକ ଶକ୍ତିକୁ ପରୀକ୍ଷା କରିନଥିଲା ବରଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଏବଂ ସୁସ୍ଥ ପ୍ରତିଯୋଗିତାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା । ସେହିପରି ଚଳଚଞ୍ଚଳତାର ସହ ଏହି ଟ୍ରାଇସାଇକେଲ ଦୌଡ଼ରେ ଦିବ୍ୟାଙ୍ଗ ପ୍ରତିଯୋଗିତା ମାନେ ଉଲ୍ଲେଖନୀୟ ଦକ୍ଷତାର ସହ ଟ୍ରାକ୍ ପାର କରି ଦର୍ଶକଙ୍କୁ ସେମାନଙ୍କ ଦୃଢ଼ ମନୋବଳର ପରିଚୟ ଦେଇଥିଲେ । ଆଶାବାଡ଼ି ଦୌଡ଼ ଭଳି ଧୈର୍ଯ୍ୟର ଖେଳରେ ଦିବ୍ୟାଙ୍ଗ ପିଲାମାନେ ଅଂଶଗ୍ରହଣ କରି ଖୁବ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରି ସହନଶୀଳତାକୁ ପ୍ରଦର୍ଶନ କରିଥିଲେ । ସଟପୁଟ ଥ୍ରୋରେ ମଧ୍ୟ ଏହି ଦିବ୍ୟାଙ୍ଗ ପିଲାମାନେ ଶକ୍ତି ଏବଂ ନିର୍ଭୁଲତାର ପ୍ରଦର୍ଶନ କରିଥିଲେ । ଯାହା ସେମାନଙ୍କ ଉଲ୍ଲେଖନୀୟ କ୍ଷମତାକୁ ପ୍ରଦର୍ଶନ କରିଥିଲା । ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଦିବ୍ୟାଙ୍ଗ ପ୍ରତିଯୋଗୀଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ଆନନ୍ଦ ଓ ଉତ୍ସାହରେ ଶାରୀରିକ ସାମର୍ଥ୍ୟକୁ ଦେଖି ଲୋକେ ମଧ୍ୟ ଖୁସି ହୋଇଥିଲେ । ସମାବେଶିତାକୁ ପ୍ରୋତ୍ସାହିତ କରିବା ଏବଂ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ମଞ୍ଚ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଆୟୋଜକ' ଆସାଦୀପ ଦିବ୍ୟାଙ୍ଗ ସ୍କୁଲ ଏବଂ ମାରବାଡି ମହିଳା ମଞ୍ଚ' ପ୍ରଶଂସାର ପାତ୍ର ପାଲଟିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details