ସୁନ୍ଦରଗଡ:ଆଜିଠାରୁ (ସୋମବାର) ସୁନ୍ଦରଗଡ ନଟିପିସି ମେଡିକାଲ କଲେଜ ହସ୍ପିଟାଲରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ସମ୍ମନ୍ୱିତ ଭୌତିକ ଚିକିତ୍ସା ସେବା (Integrated Physiotherapy & Therapeutic Service Launched ) ।
ଅତ୍ୟାଧୁନିକ ସମ୍ମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ କରିଛନ୍ତି ଲୋକାର୍ପଣ । କେବଳ ସେତିକି ନୁହେଁ ସାଂସଦଙ୍କ ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରଥମ ଇ-ଅଟୋ ଆମ୍ବୁଲାନ୍ସ ।
ଦୁର୍ଗମ ଅଞ୍ଚଳରୁ ସୁବିଧାରେ ଯେପରି ରୋଗୀ ଆସିପାରିବେ ସେନେଇ ଜିଲ୍ଲା ପ୍ରଶାସନ ଅରମ୍ଭ କରିଛି ଏହି ଅଭିନବ ଓ ଅତ୍ୟାଧୁନିକ ପଦକ୍ଷେପ । ଏହାସହ ସମ୍ମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜିଛି । ସୁନ୍ଦରଗଡର ଏହି ବ୍ୟବସ୍ଥା ରାଜ୍ୟରେ ପ୍ରଥମ ବୋଲି ସାଂସଦ କହିଛନ୍ତି । ଏହା ଲୋକଙ୍କ ସେବା ପାଇଁ ଏକ ସାକାରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ