ଓଡିଶା

odisha

ETV Bharat / state

FIH Pro League: ଭାରତର ଚିତାକର୍ଷକ ବିଜୟ, ୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ

FIH Pro Leagueରେ ଭାରତର ଚିତାକର୍ଷକ ବିଜୟ । ଅଧିନାୟକ ହରମନପ୍ରୀତଙ୍କ ଧୂଆଁଧାର ପ୍ରଦର୍ଶନରେ ବିଜୟ ଲାଭ କଲା ଭାରତୀୟ ହକି ଦଳ । ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କଲା ଟିମ ଇଣ୍ଡିଆ । ଅଧିକ ପଢ଼ନ୍ତୁ

୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ
୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ

By

Published : Mar 12, 2023, 10:40 PM IST

୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ

ରାଉରକେଲା: ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ହରମନପ୍ରୀତଙ୍କ ଧୂଆଁଧାର ପ୍ରଦର୍ଶନ । ଆଟାକିଂ କିଙ୍ଗ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଏମର୍ଜିଙ୍ଗ ଭାରତୀୟ ହକି ଟିମ୍‌ । ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇଲା ଭାରତ । ଧୂଆଁଧାର ପ୍ରଦର୍ଶନ କରି ଜର୍ମାନୀକୁ ହରାଇବା ପରେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଭାରତୀୟ ହକି ଦଳ ।

ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ନିଜ ଫର୍ମର ଟପ୍‌କୁ ଫେରିଲେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ । ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତୀୟ ଦଳକୁ ଦେଲେ ବିଜୟ ଉପହାର । ଅଷ୍ଟ୍ରେଲିଆ ଠାରୁ ୫-୪ ଗୋଲରେ ଜିତିଛି ଭାରତୀୟ ହକି ଦଳ । ରାଉରକେଲାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଆଜି ପ୍ରୋ ଲିଗରେ ଦ୍ବିତୀୟ ବିଜୟ ଲାଭ କରିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା ଧୂଆଁଧାର ଟକ୍କର । ରୋମାଞ୍ଚକର ପରିସ୍ଥିତିରେ ଜିତିଲା ଭାରତ । ଆଜିର ମ୍ୟାଚରେ ପ୍ରଥମ ହାଫରେ ପ୍ରଥମେ ଅଷ୍ଟ୍ରେଲିଆ ଦଳ ଗୋଲ କରିଥିଲା । କିଛି ସମୟ ପାଇଁ ଭାରତୀୟ ହକି ଦଳ ବ୍ୟାକ ଫୁଟରେ ରହିଥିଲା । କିନ୍ତୁ ଠିକ ପ୍ରଥମ ହାଫ ଶେଷ ବେଳକୁ ପେନାଲ୍‌ଟି କର୍ଣ୍ଣର ହାତେଇଥିଲା ଭାରତ । ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ପେନାଲ୍‌ଟି କିଙ୍ଗ ହରମନପ୍ରୀତ ନିଜର ଜଲୱା ଦେଖାଇଥିଲେ ଏବଂ ଲଗାତାର ଭାବରେ ଦୁଇଟି ଗୋଲ୍‌ କରିଥିଲା ଭାରତ ।

ପ୍ରଥମ ହାଫ ଶେଷ ବେଳକୁ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ଵାର୍ଟରରେ ମଧ୍ୟ ସଠିକ ମୁହୂର୍ତ୍ତରେ ପେନାଲ୍‌ଟିକୁ ଗୋଲରେ ପରିଣତ କରିଥିଲେ ଯୋଗରାଜ ସିଂହ । ଭାରତୀୟ ହକି ଦଳକୁ ଆଗୁଆ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ଯୋଗରାଜ । ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ଦଳ ପକ୍ଷରୁ ପୁଣି ଏକ ଫିଲ୍ଡ ଗୋଲ କରିବାରେ କର୍ଥୀ ସେଲ୍‌ଭମ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ହକି ଦଳ ୪-୧ ଗୋଲରେ ଆଗୁଆ ରହିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ହକି ଦଳ ଭାରତକୁ କଡା ଟକ୍କର ଦେବାକୁ ଚେଷ୍ଟା କରିଥିଲା ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲା । ଭାରତୀୟ ହକି ଦଳ ପ୍ରଥମରୁ ଆଟାକିଂ ଗେମ ପ୍ରଦର୍ଶନ କରିଥିଲା । ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆର ଦମଦାର ଡିଫେନ୍ସ ଏବଂ ଆଟାକ ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ପେନାଲ୍‌ଟି କର୍ଣ୍ଣର ତିଆରି କରିବାରେ ସଫଳ ହୋଇଥିଲା । କିନ୍ତୁ ଭାରତୀୟ ଡିଫେନ୍ସକୁ ଭେଦ କରିବାରେ ଅସଫଳ ରହିଥିଲା କଙ୍ଗାରୁ ଦଳ ।

ତୃତୀୟ କ୍ବାର୍ଟରରେ ଭାରତୀୟ ଦଳ ନିଜର ସ୍ଥିତିକୁ ଆଗୁଆ ରଖିବାରେ ସଫଳ ହୋଇଥିଲା । ଚତୁର୍ଥ କ୍ବାର୍ଟରରେ ପୁଣି ଆଉ ଦୁଇଟି ପେନାଲ୍‌ଟି ଗୋଲ କରିଥିଲା ଅଷ୍ଟ୍ରେଲିଆ । ଚତୁର୍ଥ କ୍ବାର୍ଟରରେ ଗୋଲ କରିବା ଯୋଗୁଁ ଅଷ୍ଟ୍ରେଲିଆ ଦଳ ମୋଟ ୩ ଗୋଲ୍‌ କରିଥିଲା ଏବଂ ଭାରତୀୟ ହକି ଦଳକୁ ଟକ୍କର ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତ ଏହାକୁ ଟ୍ୟାକେଲ କରି ନେଇଥିଲା । ଅଷ୍ଟ୍ରେଲିଆର ଅଟାକକୁ ରୋକିବାରେ ଇଣ୍ଡିଆ ଟିମର ଡିଫେନ୍ସ ଭଲ ପ୍ରଦର୍ଶନ କରିଥିଲେ । ଶେଷ କ୍ବାର୍ଟରରେ ପୁଣି ଭାରତୀୟ କ୍ୟାପ୍‌ଟେନ ହରମନପ୍ରୀତଙ୍କ ଜଲୱା ଦେଖିବାକୁ ମିଳିଥିଲା । ପୁଣି ପେନାଲ୍‌ଟିରେ ଆଉ ଗୋଟେ ଗୋଲ କରି ଭାରତୀୟ ଦଳ ୫ ଗୋଲ କରିବାରେ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ମଧ୍ୟ ଭଲ ଗୋଲ ସ୍କୋର କରି ୪ ଗୋଲରେ ପହଞ୍ଚିଥିଲା । କିନ୍ତୁ ଭାରତୀୟ ହକି ଦଳ ୫-୪ ଗୋଲରେ ବିଜୟୀ ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details