ରାଉରକେଲା: ସହରରେ ମଙ୍ଗଳବାର ଆରମ୍ଭ ହୋଇଛି 18 ରୁ 44 ବର୍ଷ ବର୍ଗର ବ୍ୟକ୍ତଙ୍କୁ ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ଯୁବପିଢୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ଦିନରେ 3 ହଜାର 8 ଶହ ଜଣ ଟିକା ନେଇଥିବା ତଥ୍ୟରୁ ଜଣା ପଡିଛି । ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଟିକା ଦାନ ପାଇଁ ସହରରେ 8 ଟି କେନ୍ଦ୍ର ଖୋଳାଯାଇଥିଲା । ପ୍ରତି କେନ୍ଦ୍ରରେ ପ୍ରାୟ 5 ଶହ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଲକ୍ଷ ଧାର୍ଯ୍ୟ କରିଥିଲା ପ୍ରଶାସନ । ତେବେ ଶାନ୍ତି ଶୃଙ୍ଖଳାର ସହ 3 ହଜାର 8 ଶହ ବ୍ୟକ୍ତି ଟିକା ଗ୍ରହଣ କରିଛନ୍ତି । ସେହିପରି 45 ବର୍ଷରୁ ଉର୍ଦ୍ଦ୍ବଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାରରେ ଟୀକାକରଣ ପାଇଁ ଧାର୍ଯ୍ୟ କରିଛି ପ୍ରଶାସନ । ବୟସ୍କ ମାନଙ୍କୁ କେବଳ ଦ୍ବିତୀୟ ଡୋଜ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ସେମାନଙ୍କ ପାଇଁ ପଞ୍ଜୀକରଣର ମଧ୍ୟ ସମସ୍ତ ମାପଦଣ୍ଡକୁ ବାଦ ଦିଆଯାଇଛି । ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ଗ୍ରହଣ କରିପାରିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।