ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ତାଳସରା ଥାନା ଅଞ୍ଚଳରେ ନିଜ ସ୍ତ୍ରୀକୁ ହତ୍ୟା କରି ଅଭିଯୁକ୍ତ ଜଣକ ଘର ପଛ ପଟେ ପୋତିଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ଅଭିଯୁକ୍ତ ଖଇରୁ ନାୟକ ନିଜ ସ୍ତ୍ରୀ ସକୁନ୍ତଳା ନାୟକକୁ ହତ୍ୟା କରି ନିଜ ଘରର ପଛ ପାର୍ଶ୍ବରେ ଥିବା କଦଳୀ ଗଛ ମୂଳରେ ପୋତି ଦେଇଛି । ଚାରି ଦିନ ତଳେ ଏହି କାଣ୍ଡ ଘଟାଇଛି । ମଙ୍ଗଳବାର ଦୁର୍ଗନ୍ଧ ବାହାରିବାରୁ କିଛି ପଡୋଶୀ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ।