ରାଉରକେଲା: ରାତି ପାହିଲେ ସାବିତ୍ରୀ ଅମାବାସ୍ୟା । ସାବିତ୍ରୀ ଅମାବାସ୍ୟାକୁ ନେଇ ଚଳଚଞ୍ଚଳ ସମ୍ପୂର୍ଣ୍ଣ ଗାଁ ଠାରୁ ନଗର । ରାଉରକେଲା ସହର ମଧ୍ୟ ସାବିତ୍ରୀ ଅମାବାସ୍ୟାକୁ ନେଇ ବେଶ ଚଳଚଞ୍ଚଳ ହୋଇଉଠିଛି । ସାବିତ୍ରୀ ଅମାବାସ୍ୟା ପାଇଁ ବର୍ତ୍ତମାନରୁ ଫଳ ଦୋକାନରେ ଦେଖାଦେଲାଣି ଭିଡ଼ । ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ବର୍ତ୍ତମାନ ଠାରୁ ରାଉରକେଲା ସହରବାସୀ ଫଳ ମୂଳ ଏବଂ ପୂଜା ସାମଗ୍ରୀ କିଣାକିଣିରେ ବ୍ୟସ୍ତ ।
ରାହି ପାହିଲେ ସାବିତ୍ରୀ ଅମାବାସ୍ୟା । ସମସ୍ତ ସଧବା ମହିଳା ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିବେ । ବର୍ତ୍ତମାନ ଯେପରି ଭାବରେ ଗରମ ବଢୁଛି ସେପରି ଭାବରେ ଫଳ ମୂଳ ମାର୍କେଟରେ ଦର ମଧ୍ୟ ବଢୁଛି । ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ଦର ବଢ଼ିବାରେ ଲାଗିଛନ୍ତି ଦୋକାନୀ । ଆମ୍ବ ହେଉ କି ସେଓ ବା କମଳା ସବୁ ଦର ବର୍ତ୍ତମାନ ଆକାଶ ଛୁଆଁ । ଗ୍ରାହକଙ୍କ ଭିଡକୁ ଦେଖି ଦୋକାନୀ ଦର ବଢାଉଥିବା ଗ୍ରାହକମାନେ କହିଛନ୍ତି ।
ତେବେ ଆଗକୁ ଆହୁରି ଦର ବଢିବା ନେଇ ଆଶଙ୍କାଥିବା ଗ୍ରାହାକମାନେ କହିଛନ୍ତି । ଦର ବଢିବା ପରେ ମଧ୍ୟ ଲୋକେ ଆସି ଏହି ସାବିତ୍ରୀ ପୂଜା ପାଇ ଫଳ ମୂଳ କିଣାକିଣି କରୁଛନ୍ତି । ଖୁବ ଭିଡ଼ ମଧ୍ୟ ଦୋକାନ ବଜାରରେ ପରିଲକ୍ଷିତ ହେବାକୁ ଲାଗିଲାଣି । ଆଗମୀ ଦିନରେ ମଧ୍ୟ ପ୍ରବଳ ଭିଡ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଯାଏ ରାଉରକେଲା ସହରରେ ଫଳମୂଳର ଦର ଏତେଟା ସାମାନ୍ୟ ବଢିଥିବା ଦୋକାନୀ କହିଛନ୍ତି ।