ଓଡିଶା

odisha

ETV Bharat / state

ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି, ବନ୍ୟା ଆଶଙ୍କା - ଫୁଲୁଛି ବ୍ରାହ୍ମଣୀ

ଗତ ଦୁଇ ଦିନରେ ଲଗାଣ ବର୍ଷା ଯୋଗୁଁ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Aug 19, 2019, 10:50 AM IST

ରାଉରକେଲା: ଗତ ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ସୁନ୍ଦରଗଡ ଜିଲ୍ଲା। କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ବାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି

ସେହିପରି ବିଶ୍ରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଷ୍ଟେସନ ନିକଟରେ ଥିବା ଅନେକ ଘରେ ପାଣି ପଶିଛି । ବର୍ଷା ଯୋଗୁଁ ଗାଁରେ ପାଣି ପଶିବା ସହ ଚାଷ ଜମିରେ ମଧ୍ୟ ପାଣି ପଶିଛି । ଯାହା ଏବେ ଚାଷୀର ଚିନ୍ତା ବଢାଇଛି ।

ସୂଚନାନୁସାରେ ଗତକାଲି ସକାଳେ ରାଉରକେଲା ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମର 5ଟି ଗେଟ ଖୋଲାଯାଇ 3 ଫୁଟ ଉଚ୍ଚତାରେ ବନ୍ୟା ପାଣି ଛଡା ଯାଇଥିଲା । ରାତିରେ ବାକି 6ଟି ଗେଟ୍ ଖୋଲିଯିବା ପରେ 12 ଫୁଟ ଉଚ୍ଚତାର ପାଣି ଛଡାଯାଇଛି । ଏଥିରେ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟିର ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ସେପଟେ ପ୍ରଶାସନ ମଧ୍ୟ ବନ୍ୟା ପରିସ୍ଥିତି ପାଇଁ ସତର୍କ ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details