ରାଉରକେଲା:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ହକି ବିଶ୍ବକପ ମହାସମର । ଦୀର୍ଘ 48 ବର୍ଷ ପରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ ଇଣ୍ଡିଆ । ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଭାରତ । ସ୍ପେନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଭାରତୀୟ ଟିମରେ 2 ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିଶେଷ କରି ପଦାର୍ପଣ କରୁଥିବା ଡିଫେଣ୍ଡର ନିଲମ ସଞ୍ଜୀପଙ୍କ ଉପରେ ସମସ୍ତଙ୍କ ଧ୍ୟାନ ରହିବ । ତେବେ ଭାରତର ରଣନୀତି କଣ ରହିବ । ବିଶ୍ବକପ ମ୍ୟାଚରେ ନୀଲମଙ୍କ ପ୍ରଦର୍ଶନ କିପରି ରହିବ ନେଇ ସୂଚନା ଦେଇଛନ୍ତି ତାଙ୍କ କୋଚ କାଳୁ ଚରଣ ଚୌଧୁରୀ ।
ହୋମ ଗ୍ରାଉଣ୍ଡ ଘରୋଇ ପରିବେଶରେ ଭାରତ ପ୍ରଥମ ମ୍ୟାଚ ସ୍ପେନ ସହ ଖେଳିବ । ଏହାପରେ ରାଉରକେଲାରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ ୧୫ ତାରିଖ ଦିନ ଇଂଲଣ୍ଡ ସହ ଖେଳିବ । ଭାରତର କିଭଳି ପ୍ରଦର୍ଶନ ରହିବ ତାହା ଉପରେ ସମସ୍ତଙ୍କ ନଜର । ସମସ୍ତ ମ୍ୟାଚ ଆମ ପାଇଁ ମହତ୍ୱପୂର୍ଣ୍ଣ ରହିବ । ପ୍ରଥମ ମ୍ୟାଚରୁ ଆମକୁ ଜୋରଦାର ଆରମ୍ଭ କରିବାକୁ ପଡିବ । ପ୍ରଥମ ଦୁଇ କ୍ୱାଟରରେ ଭାରତୀୟ ଦଳକୁ ଆଟାକିଂ ଗେମ ଖେଳି ଗୋଲ କରିବାକୁ ପଡିବ । ସବୁ ବେଳେ ଆମ ଭାରତୀୟ ଦଳ ପ୍ରଥମ ହାଫରେ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟାୟରେ ଟିକେ ଅଧିକ ଡିଫଣ୍ଡ କରିବା ଫଳରେ ଲୁଜ ପଏଣ୍ଟ ରହିଥାଏ ଯେଉଁଥିପାଇଁ ମ୍ୟାଚର ପରିଣାମ ଭାରତ ପକ୍ଷରୁ ବାହାରି ଯାଏ । ତେଣୁ କରି ପ୍ରଥମ ହାଫରେ ଜୋରଦାର ଟକ୍କର ଦେଇ ଖେଳ ଶେଷ ପର୍ଯ୍ୟାୟରେ ମଧ୍ୟ ଜୋରଦାର ଖେଳ ପ୍ରଦର୍ଶନ କରୁବାକୁ ପଡିବ । ଦୁଇ ଦଳ ଭାରତ ଏବଂ ସ୍ପେନ ମଧ୍ୟରେ ହେଡ ଟୁ ହେଡରେ ଦୁଇ ଦଳର ପ୍ରାୟ ସମାନ ରହିଥିବା କହିଛନ୍ତି ଓଡିଶା ସ୍ପୋର୍ଟସ ବିଭାଗର ସିନିୟର କୋଚ କାଳୁ ଚରଣ ଚୌଧୁରୀ ।
ଏହା ବି ପଢନ୍ତୁ...ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ, ଥାନାରେ ଏତଲା ଦେଲେ କୋଚ୍