ରାଉରକେଲା: ରାତି ପାହିଲେ ହକି ବିଶ୍ବକପ । ଚିଅରଅଫରେ କମ୍ପିବ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ । ହକିର ପାୱାର ରାଉରକେଲାର ରୂପରେଖ ବଦଳିଯାଇଛି । ବିଶ୍ବ ମାନଚିତ୍ରରେ ରାଉରକେଲାକୁ ସ୍ଥାନ ଦେଇଛନ୍ତି ହକି । ଭାରତୀୟ ଦଳରେ ଦୁଇ ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଅଲମ୍ପିକ୍ସରେ ପୂର୍ବ ତ୍ରୁଟିକୁ ସୁଧାରି ଦଳକୁ ପ୍ରଦର୍ଶନ କରିବାକୁ ପଡିବ । ଆକ୍ରମଣତ୍ମକ ହୋଇ ଖେଳିଲେ ଭାରତ ପାଇଁ ବିଜୟ ସହଜ ହେବ ବୋଲି କହିଛନ୍ତି ଅଲିମ୍ପିଆନ ଲାଜରୁଷ ବାର୍ଲା ।
ଭାରତ କିଭଳି ନିଜକୁ ପ୍ରସ୍ତୁତ କରିବ ଆଗକୁ କିଭଳି ଭାରତ ପ୍ରଦର୍ଶନ କରିବ ପ୍ରଶ୍ନରେ ପୂର୍ବତନ ଅଲମ୍ପିୟାନ ତଥା ସୁନ୍ଦରଗଡ଼ ମାଟିର ହକି ତାରକା ଲାଜରୁଷ ବାର୍ଲା କହିଛନ୍ତି ସମସ୍ତେ ପ୍ରସ୍ତୁତ । ମ୍ୟାଚ ଦେଖିବାକୁ ଲୋକେ ଆଉ ଅପେକ୍ଷା କରି ପାରୁନାହାନ୍ତି । ଖୁବ ଏକ୍ସାଇଟେଡ଼ ଅଛନ୍ତି ରାଜ୍ୟ ବାସୀ ସହ ପଡ଼ୋଶୀ ରାଜ୍ୟର ଲୋକେ ମଧ୍ୟ ଉତ୍ସାହିତ ବିଶ୍ବକପ ହକି ମ୍ୟାଚ ଦେଖିବାକୁ । ହକି ମାନିଆରେ ରଙ୍ଗେଇ ହୋଇଛି ରାଉରକେଲା ସହର । ତେବେ ପୂର୍ବ ହକି ଖେଳ ଅପେକ୍ଷା ବର୍ତ୍ତମାନ ହକି ଖେଳକୁ ଅଧିକ ଫାଷ୍ଟ କରାଯାଇଛି ଏବଂ କିଛି ନୂତନ ପରିବର୍ତ୍ତନ ଅଣାଯାଇଛି ଯେଭଳି ଦର୍ଶକଙ୍କୁ ମ୍ୟାଚରେ ବାନ୍ଧି ରଖାଯାଇ ପାରିବ ତାହା ନେଇ ବହୁ ବ୍ୟବସ୍ଥା କରାଯାଇଛି ।
ପ୍ରଥମ ମ୍ୟାଚ ୧୩ ତାରିଖରେ ଭାରତୀୟ ଦଳ ସ୍ପେନ ସହ ଖେଳିବ । ଦ୍ବିତୀୟ ମ୍ୟାଚ ୧୫ ତାରିଖ ଦିନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ତେବେ ହକି ପ୍ରୋ ଲିଗରେ ଭାରତୀୟ ଦଳ ସ୍ପେନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ସ୍ପେନ ମଧ୍ୟ ଗୋଟିଏ ଭଲ ଦଳ ତାଙ୍କୁ ମଧ୍ୟ ଇଜିରେ ନେଇ ହେବ ନାହିଁ ତେବେ ପ୍ରଥମ ମ୍ୟାଚ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ରହିବ ଯଦି ଭାରତ ସ୍ପେନକୁ ପରାସ୍ତ କରିଦିଏ ତେବେ ନିଜର ବିଶ୍ବକପ ମୁମେଣ୍ଟ ତିଆରି କରିବାକୁ ଭାରତକୁ ସୁବିଧା ହେବ । ଅନ୍ୟ ପକ୍ଷରେ ଭାରତ ଦଳ ପାଇଁ ସବୁଠୁ କଠିନ ହେବ ଇଂଲଣ୍ଡ ସହ ଖେଳିବା କାରଣ ଇଂଲଣ୍ଡ ଭାରତ ବିପକ୍ଷରେ ନିଜର ଭଲ ପ୍ରଦର୍ଶନ କରିଥାଏ । ଇଂଲଣ୍ଡ ସହ ଭାରତ ବହୁତ ମ୍ୟାଚ ଖେଳିଛି ଏବଂ ଆମ ଟେକନିକକୁ ଭଲ ଭାବରେ ଦେଖିଛି ଏବଂ କମନୱେଲ୍ଥ ଗେମ୍ସରେ ମଧ୍ୟ ଭାରତକୁ ପରାସ୍ତ କରିଥିଲା ଇଂଲଣ୍ଡ ଟିମ ତେଣୁ କରି ଇଂଲଣ୍ଡ ଠାରୁ ଟିକେ ସମ୍ଭାଳି କି ଖେଳିବାକୁ ପଡିବ ଏବଂ ଆମକୁ ଆଟାକିଙ୍ଗ ଗେମ୍ସ ହିଁ ଖେଳିବାକୁ ପଡିବ ବୋଲି କହିଛନ୍ତି ପୂର୍ବତନ ଅଲମ୍ପିୟାନ ଲାଜରୁଷ ବାର୍ଲା ।