ଓଡିଶା

odisha

ETV Bharat / state

ଆଜିଠୁ ବିର୍ସା ମୁଣ୍ଡାରେ ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ

ପୁରୁଷ ହକି ବିଶ୍ବକପ ଓ ହକି ପ୍ରୋ ଲିଗର ସଫଳ ଆୟୋଜନ ପରେ ଆଜିଠୁ ବିର୍ସାମୁଣ୍ଡାରେ ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

By

Published : May 4, 2023, 1:37 PM IST

sub junior national hockey championship
ଆଜିଠାରୁ ବିର୍ସା ମୁଣ୍ଡାରେ ଉପ କନିଷ୍ଠ ଜାତୀୟ ହକି ଚମ୍ପିଅନସିପ

ଆଜିଠାରୁ ବିର୍ସା ମୁଣ୍ଡାରେ ଉପ କନିଷ୍ଠ ଜାତୀୟ ହକି ଚମ୍ପିଅନସିପ

ରାଉରକେଲା:ପୁଣି କମ୍ପିବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ଖଚାଖଚ ଭିଡରେ ହକିପ୍ରେମୀଙ୍କ ସମର୍ଥନରେ ଉଠିବ ପଡିବ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ । ଆଜି ଠାରୁ ରାଉରକେଲାରେ ପୁଣି ହକି ଚମ୍ପିଆନସିପର ଆୟୋଜନ ହେବାକୁ ଯାଉଛି । ପୁରୁଷ ହକି ବିଶ୍ବକପ ଓ ହକି ପ୍ରୋ ଲିଗର ସଫଳ ଆୟୋଜନ ପରେ ଆଜିଠୁ ବିର୍ସାମୁଣ୍ଡାରେ 13ତମ ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି । ଉଭୟ ବାଳକ ଓ ବାଳିକା 2ଟି ଯାକ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଆଜିଠୁ 14ତାରିଖ ଯାଏ ବାଳକ ଓ 18ରୁ 28 ଯାଏ ବାଳକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ହେବାକୁ ଯାଉଛି ।

ଓଡିଶା ଦଳ ଉପରେ ସମସ୍ତଙ୍କ ନଜର ରହିଛି । ହକି ଇଣ୍ଡିଆ ପକ୍ଷରୁ ଆୟୋଜନ ହେଉଛି ଜାତୀୟ ହକି ଚମ୍ପିଆନସିପ । ଆଜି ଠାରୁ ପୁଣି ଚଳଚଞ୍ଚଳ ହେବ ରାଉରକେଲା ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ । 13 ତମ ହକି ଇଣ୍ଡିଆ ସବ ଜୁନିୟର ଜାତୀୟ ଚମ୍ପିଆନସିପ ପାଇଁ ରାଉରକେଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମରେ ସବ୍ ଜୁନିଅର ମହିଳା ଜାତୀୟ ଚମ୍ପିଆନସିପ୍ ଆଜିଠୁ- 14 ତାରିଖ ଏବଂ ମେ 18 - ମେ 28 ଯାଏ ପୁରୁଷ ଜାତୀୟ ଚମ୍ପିଆନସିପ୍ ଅନୁଷ୍ଠିତ ହେବ ।

ଆତିଥ୍ୟ, ଭିତ୍ତିଭୂମି ଏବଂ ଦଳଗୁଡିକ ପାଖରେ ଥିବା ଅନ୍ୟାନ୍ୟ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଯୁବ ଖେଳାଳିଙ୍କ ପାଇଁ ବିଶ୍ବ ସ୍ତରୀୟ ଷ୍ଟାଡିୟମରେ ଖେଳିବାର ଏକ ସୁବର୍ଣ୍ଣ ସୁଯୋଗ ହେବ । ଯାହାକି ବିଶ୍ବର କେତେକ ଶ୍ରେଷ୍ଠ ହକି ଖେଳାଳିଙ୍କୁ ମିଳିଛି । ଏହି ଚମ୍ପିଆନସିପରେ ୨୮ଟି ଜାତୀୟ ଦଳ ଭାଗ ନେଇଛନ୍ତି । ଓଡିଶା ଦଳ ପୁଲ "E" ରେ ରହିଛି । ଏହି ପୁଲରେ ଓଡିଶା ମହିଳା ଦଳ ସହ କେରଳ, ମିଜୋରାମ ଏବଂ ରାଜସ୍ଥାନ ଦଳ ଅଛନ୍ତି । ଆଜି ଓଡିଶା ମହିଳା ଦଳ ପ୍ରଥମ ମ୍ୟାଚ କେରଳକୁ ଭେଟିବ । ଦୁଇ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଇଛି । ତେବେ ଓଡିଶା ତାର ହୋମ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ଓଡିଶା ମହିଳା ସବ ଜୁନିୟର ଦଳର କ୍ୟାପଟେନ ଏବଂ କୋଚ ।

କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା ସମସ୍ତ ଦଳକୁ ଓଡିଶାକୁ ସ୍ବାଗତ କରିଛନ୍ତି । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଗର୍ବର ସହିତ ଦଳକୁ ସ୍ବାଗତ କରିଛନ୍ତି ଏବଂ କହିଛନ୍ତି ଯେ ଆମେ 13ତମ ହକି ଇଣ୍ଡିଆ ସବ୍ ଜୁନିଅର ମହିଳା ଏବଂ ପୁରୁଷ ଜାତୀୟ ଚମ୍ପିଆନସିପ ଆୟୋଜନ କରୁଛୁ । ଆମର ଯୁବ ଆଥଲେଟ ମାନଙ୍କ ପାଇଁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details