ଓଡିଶା

odisha

ETV Bharat / state

Junior Women Hockey Final: ୧-୦ ଗୋଲରେ ଝାଡ଼ଖଣ୍ଡକୁ ହରାଇ ମଧ୍ୟପ୍ରଦେଶ ଚମ୍ପିଆନ୍‌ - ମଧ୍ୟପ୍ରଦେଶ ଦଳ ଚମ୍ପିଆନ୍‌

ଶେଷ ହେଲା ୧୩ତମ ଜୁନିୟର ବାଳିକା ହକି ପ୍ରତିଯୋଗିତା । ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଫାଇନାଲରେ କଡା ଟକ୍କର । ୧-୦ ଗୋଲରେ ଝାଡ଼ଖଣ୍ଡକୁ ହରାଇ ମଧ୍ୟପ୍ରଦେଶ ଚମ୍ପିଆନ୍‌ । ଅଧିକ ପଢ଼ନ୍ତୁ

୧-୦ ଗୋଲରେ ଝାଡ଼ଖଣ୍ଡକୁ ହରାଇ ମଧ୍ୟପ୍ରଦେଶ ଚମ୍ପିଆନ୍‌
Junior Women Hockey Final

By

Published : Jul 8, 2023, 6:06 PM IST

Junior Women Hockey Final

ରାଉରକେଲା: ଶେଷ ହେଲା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ମଧ୍ୟପ୍ରଦେଶ ଦଳ ଚମ୍ପିଆନ୍‌ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଝାଡ଼ଖଣ୍ଡ ଏବଂ ତୃତୀୟ ସ୍ଥାନରେ ରହିଛି ହରିୟାଣା । ଏହି ଆକର୍ଷଣୀୟ ଜାତୀୟ ମହିଳା କନିଷ୍ଠ ପ୍ରତିଯୋଗିତାରେ ଅନେକ ଖେଳାଳୀ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ତେବେ ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ମଧ୍ୟରେ ହୋଇଥିଲା ଫାଇନାଲ ମ୍ୟାଚ୍‌ । ଏଥିରେ ଦୁଇ ପ୍ରଭାବଶାଳୀ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ପ୍ରତିପକ୍ଷ ଝାଡ଼ଖଣ୍ଡକୁ ୧-୦ ଗୋଲରେ ପରାସ୍ତ କରି ମଧ୍ୟପ୍ରଦେଶ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛି ।

ତେବେ ମଧ୍ୟପ୍ରଦେଶକୁ ଝାଡ଼ଖଣ୍ଡ ଦଳର ଖେଳାଳୀ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଝାଡ଼ଖଣ୍ଡକୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଝାଡ଼ଖଣ୍ଡ ମଧ୍ୟ ଭଲ ଅଟାକ୍‌ କରିଥିଲା । କିନ୍ତୁ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ପକ୍ଷରୁ ଗୁରୁମିଲ କୌର ଗୋଟିଏ ଗୋଲ କରିବାରେ ସଫଳ ହୋଇଥିଲେ । ଯାହାଫଳରେ ମଧ୍ୟପ୍ରଦେଶ ଦଳ ବିଜୟୀ ହୋଇଛି । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ । କିନ୍ତୁ କେହି କାହାରିକୁ ଗୋଲ ଦେଇପାରୁନଥିବାରୁ ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ରହିଥିଲା । ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ମଧ୍ୟପ୍ରଦେଶ ବାଜି ମାରିନେଇଥିଲା । ମ୍ୟାଚର ୨୨ତମ ମିନିଟରେ ମଧ୍ୟପ୍ରଦେଶର ଗୁରମେଲ କୌର ଏକ ଆକର୍ଷଣୀୟ ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ । ଗୋଲ ପରିଶୋଧ କରିବାକୁ ଝାଡ଼ଖଣ୍ଡ ଏକାଧିକ ପ୍ରୟାସ କରିଥିଲା । କିନ୍ତୁ ମଧ୍ୟପ୍ରଦେଶର ରକ୍ଷଣଭାଗ ଖେଳାଳୀ ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ । ଶେଷ ପର୍ଯ୍ୟନ୍ତ ଆଉ ଗୋଲ ନହେବାରୁ ମଧ୍ୟପ୍ରଦେଶ ୧-୦ରେ ବିଜୟୀ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Germany Spain Tour: ଭାରତୀୟ ମହିଳା ହକି ଦଳ ଘୋଷଣା, ଦୀପ୍‌ଗ୍ରେସ୍‌ ଉପଅଧିନାୟିକା

ଅନ୍ୟପଟେ ତୃତୀୟ ସ୍ଥାନ ପାଇଁ ହରିୟାଣା ଏବଂ ଛତିଶଗଡ଼ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ବିଜୟୀ ହୋଇଛି ହରିୟାଣା । ସମ୍ପୂର୍ଣ୍ଣ ଏକତରଫା ଭାବେ ୧୨-୨ ଗୋଲରେ ଛତିଶଗଡ଼କୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଛି ହରିୟାଣା । ହରିୟାଣା ଓ ଛତିଶଗଡ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ ଏକତରଫା ହୋଇଥିଲା । ହରିୟାଣାର ସୁଖ୍‌ପ୍ରୀତ କୌର ସର୍ବାଧିକ ୪ଟି ଗୋଲ ଦେଇଥିବାବେଳେ କନିକା ୩ଟି ଗୋଲ, ସାଭି ୨ଟି ଗୋଲ କରିଥିବା ବେଳେ ସେଜଲ ଗୋଟିଏ ଗୋଲ ଓ ଭେତ୍ରୀ ୨ଟି ଗୋଲ କରିଥିଲେ । ଯାହା ଫଳରେ ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ ହରିୟାଣା ବିଜୟୀ ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details