ଓଡିଶା

odisha

ETV Bharat / state

କୋଭିଡ ନିୟନ୍ତ୍ରଣ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ସମୀକ୍ଷା - on covid control sundargarh High-level review

ସୁନ୍ଦରଗଡ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ରାଉରକେଲା ମହାନଗର ନିଗମରେ ଉଚ୍ଚ ସ୍ତରୀୟ ସମୀକ୍ଷା । ଅଧିକ ପଢନ୍ତୁ...

କୋଭିଡ ନିୟନ୍ତ୍ରଣ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା
କୋଭିଡ ନିୟନ୍ତ୍ରଣ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା

By

Published : Apr 14, 2021, 6:36 PM IST

ସୁନ୍ଦରଗଡ : ପଶ୍ଚିମ ଓଡିଶା ମୁଖ୍ୟତଃ ସୁନ୍ଦରଗଡ ଜିଲ୍ଲାର କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଓ ସଂକ୍ରମଣ ଜୋନ ଚିହ୍ନଟ କରି କୋଭିଡ୍ କଟକଣାକୁ ଜୋରଦାର କରିବା ନେଇ ତାଗିଦ କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଆଜି ପଶ୍ଚିମ ଓଡିଶାର ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କୋଭିଡ ପରିସ୍ଥିତି ଓ କୋଭିଡ ପରିଚାଳନା ନେଇ ଥିବା ଭିତ୍ତିଭୂମିକୁ ସେ ସମୀକ୍ଷା କରି ଭୁବନେଶ୍ୱର ଫେରିଛନ୍ତି ।

କୋଭିଡ ନିୟନ୍ତ୍ରଣ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା

ମୁଖ୍ୟ ସଚିବଙ୍କ ସହ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର, ଡି.ଏମ.ଇ.ଟି ଡାଇରେକ୍ଟର ଡାକ୍ତର ସି.ବି.କେ ମହାନ୍ତି, ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର କୋଭିଡ ସଂକ୍ରମଣ ଉପରେ ସମୀକ୍ଷା କରିଥିଲେ । ରାଉରକେଲା ମହାନଗର ନିଗମରେ ଏହି ସମୀକ୍ଷା କରାଯାଇଥିଲା ।

ରାଉରକେଲା ଜେ.ପି ହସପିଟାଲ ପରିଦର୍ଶନ କରିବା ପରେ ଏହି ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଏନେଇ ସମସ୍ତ ଭିତ୍ତିଭୂମିକୁ ସୁଦୃଢ କରିବା ନେଇ ମୁଖ୍ୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ରାଉରକେଲା ସହରରେ କଡାକଡି ଆକ୍ସନ ନେବାକୁ ରାଉରକେଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁନ୍ଦରଗଡ ଜିଲ୍ଲାରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟା ସଂରକ୍ଷିତ କରିବା ପାଇଁ ସେ ନିର୍ଦ୍ଦେଶ ଜାରି କରିଛନ୍ତି ।

ସୁନ୍ଦରଗଡରେ କୋଭିଡ ରୋଗୀଙ୍କ ପାଇଁ 1000 ଶଯ୍ୟା ସଂରକ୍ଷିତ ରଖିବା ସହ ପ୍ରାୟ 500 ICUର ବ୍ୟବସ୍ଥା କରାଯାଉଥିବା କଥା ସେ କହିଛନ୍ତି । ଏହା ସହ ସୁନ୍ଦରଗଡ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ଜିଲ୍ଲାର ଗଥ ଉପରେ କଡା ନିୟନ୍ତ୍ରଣ ରଖିବାକୁ ସେ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ସୀମାନ୍ତ ରାଜ୍ୟରୁ ବିନା ନେଗେଟିଭ୍ ରିପୋର୍ଟରେ କେହି ଆସିପାରିବେ ନାହିଁ ବୋଲି ସେ କହିଛନ୍ତି । ଯଦି ବି କେହି ଆସନ୍ତି ତେବେ ତାଙ୍କ ପାଇଁ 7 ଦିନିଆ ସଂଘରୋଧ ବାଧ୍ୟତା ମୂଳକ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ଦରକାର ନଥିଲେ କେହି ବାହାରକୁ ବାହାରିବେ ନାହିଁ ଆଉ ଯଦି କିଏ ବାହାରକୁ ବାହାରେ ମାସ୍କ ପିନ୍ଧି ବାହାରକୁ ବାହାରିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି । ଏହାସହ ଜନ ଗହଳି ଏଡାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details