ରାଉରକେଲା: ବସ୍ତୁ ଓ ସେବା କର ( Goods and Service Tax) ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଦ୍ବିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସୋମବାର ସହରର 5ଟି ଶିଳ୍ପାନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ GST ଠକେଇର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଦୁଇଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
ରାଉରକେଲାର ବିଭିନ୍ନ ସ୍ଥାନରେ GST ବିଭାଗର ଚଢ଼ାଉ - ବସ୍ତୁ ଓ ସେବା କର
ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବସ୍ତୁ ଓ ସେବା କର ( Goods and Service Tax) ବିଭାଗ ପକ୍ଷରୁ ଚଢ଼ାଉ ଜାରି । ଅଧିକ ପଢ଼ନ୍ତୁ...
ରାଉରକେଲାର ବିଭିନ୍ନ ସ୍ଥାନରେ GST ବିଭାଗର ଚଢ଼ାଉ
ତେବେ ମଙ୍ଗଳବାର ଭୋରରୁ ପୁଣି GST ବିଭାଗର 4ଟି ଟିମ ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉ ଯୋଗୁଁ ବିଭିନ୍ନ ମହଲରେ କୋକୁଆ ଭୟ ଦେଖା ଯାଇଛି। ବଡ଼ ଆକାରର ଠକମି ହୋଇଥିବା ନେଇ ଆଗରୁ ସ୍ପଷ୍ଟ ହୋଇ ସାରିଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ