ରାଉରକେଲା:ପତଞ୍ଜଳୀ ପ୍ରଡକ୍ଟ ନାମରେ ଘରେ ପଶି ଲୁଟ। ପ୍ରଡକ୍ଟ ବିକ୍ରି ବାହାନାରେ ଲୁଟି ନେଲେ ସୁନା। ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଉଲକେଲା ସହରରୁ । ଲୁଟର ଶିକାର ହୋଇଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଶାଶୁ ଓ ବୋହୁ ।
ସୂଚନା ଅନୁଯାୟୀ, ରାଉରକେଲା ସହରର ଜଗଦା ଅଞ୍ଚଳକୁ 2 ଜଣ ଦୁର୍ବୁତ୍ତ ପ୍ରଡକ୍ଟ ବିକ୍ରି କରିବାକୁ କହି ଘର ଘର ବୁଲି ସୁନା ଗହଣା ସଫା କରିବା ସହ ପତଞ୍ଜଳୀ କମ୍ପାନୀର ପାଉଡର ବିକ୍ରି କରୁଛନ୍ତି କହି ଲୋକଙ୍କୁ ପାଖକୁ ଯାଉଛନ୍ତି । ଏହାପରେ ସୁନା ଗହଣା ସଫା କରିବା ବାହାନାରେ ଲୋକଙ୍କୁ ସୁନା ଗହଣା ମାଗୁଛନ୍ତି । ଏଭଳି ଭାବରେ ଜଗଦା ଅଞ୍ଚଳରେ ରାଣୀ ଭଗତ ଙ୍କ ଘରକୁ 2ଜଣ ଦୁର୍ବୁତ୍ତ ଆସିଥିଲେ। ତାଙ୍କୁ ସୁନାଗହଣା ସଫା କରିବା କହି ତାଙ୍କ ଘରକୁ ଆସି ସୁନା ଗହଣା ସଫା କରିବା ପାଇଁ ମାଗିଥିଲେ ଏବଂ ତାଙ୍କ କଥାରେ ପଡି ଅନୁରାଗ ଭଗତ(ଶାଶୁ) ଓ ରାଣୀ ଭଗତ(ବୋହୁ) ସୁନା ଗହଣା ତାଙ୍କୁ ଦେଇ ଦେଇଥିଲେ । ତେବେ ସଫା କରିବା କହି ପାଉଡର ରଖି ପ୍ୟାକେଟରେ ସୁନା ଗହଣାକୁ ପୁରାଇ ଦେଇଥିଲେ ଏବଂ ଚାଲାକି କରି ସୁନା ଗହଣା ଚୋରି କରିବା ସହ ପ୍ୟାକେଟ କୁ ଆଉ କିଛି ସମୟ ପରେ ଖୋଲି ଦେଖିବ କହି ଘରୁ ଚାଲି ଯାଇଥିଲେ 2 ଦୁର୍ବୁତ୍ତ । ଏହାପରେ ଶାଶୁ ବୋହୁ କିଛି ସମୟ ପରେ ଖୋଲି ଦେଖିବା ବେଳକୁ ପ୍ୟାକେଟରେ ଗହଣା ନାହିଁ। ଏଭଳି ଭାବରେ ଲୁଟର ଶିକାର ହୋଇଛନ୍ତି ଏହି ମହିଳା ମାନେ ।