ରାଉରକେଲା: ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ବିଜେପିର ପ୍ରତିବାଦ । ବ୍ଲକ୍ ଏବଂ ମ୍ୟୁନିସିପାଲିଟି ସ୍ତରରେ ବିରୋଧ ଓ ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ । ରାଜ୍ୟରେ ଘଟୁଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜିଠାରୁ ୧୮ ତାରିଖ ଯାଏଁ ମ୍ୟୁନିସିପାଳିଟି, ପୌରପରିଷଦ ଓ ବ୍ଲକ୍ ଘେରାଉ କରିବ ଦଳ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନା, ସହ ସ୍ୱାସ୍ଥ୍ୟ, ଶିକ୍ଷା, ଉନ୍ନତି ପାଇଁ ହେଉଥିବା ଯୋଜନାରେ ରାଜ୍ୟରେ ବିଜେଡି ସରକାର ବ୍ୟାପକ ଦୁର୍ନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ବିଜେପି ।
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ସୁନ୍ଦରଗଡ଼ର ସମସ୍ତ ବ୍ଲକ୍ ଓ ପୌରପାଳିକା କାର୍ଯ୍ୟାଳୟକୁ ଘେରିବାକୁ ଯୋଜନା କରିଛି । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଭଳି ପ୍ରମୁଖ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା କ୍ଷେତ୍ରରେ ଉନ୍ନତି, କ୍ରୀଡ଼ା କ୍ଷେତ୍ରର ଉନ୍ନତି ଏବଂ ରୋଡ ରାସ୍ତାର ଉନ୍ନତି, ସହରର ବିକାଶ ଏବଂ ସୁଦୃଢ଼ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଥିବା ଏହି ଯୋଜନାଗୁଡ଼ିକ ନେଇ ରାଜ୍ୟ ସରକାରଙ୍କ ନେତାମାନଙ୍କ ଦ୍ଵାରା ବ୍ୟାପକ ଦୁର୍ନୀତି କରାଯାଉଛି ।