ରାଉରକେଲା/ସୁନ୍ଦରଗଡ଼:ବାବା ବେଶରେ ଥିବା ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ବାବା ଦେଶରେ ବୁଲୁଥିବା ଜଣେ ଯୁବକକୁ ଚୋର ସନ୍ଦେହରେ ଗ୍ରାମବାସୀମାନେ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ସୁନ୍ଦରଗଡ଼ ଟାଉନ ଥାନା ମହେଶଢ଼ିହି ଅଞ୍ଚଳରେ ଘଟିଛି । ଧର୍ମ ନାଁରେ ଲୋକଙ୍କୁ ଭଣ୍ଡାଉଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ଭଣ୍ଡ ବାବାକୁ ଏଭଳି ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନକଲି ବାବାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସ୍ଥାନୀୟ ଯୁବକମାନେ ପୋଲିସ ନିକଟରେ ଜିମା ଦେଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ସମୟରେ ଏହି ସୁନ୍ଦରଗଡ଼ ସହରାଞ୍ଚଳରୁ ବାବା ବେଶରେ ଆସି ବିଭିନ୍ନ କାଣ୍ଡ କାରନାମା ଭିଆଉଛନ୍ତି କିଛି ଲୋକ । ଚୋରି, ଛିନତାଇ, ଲୁଟ୍ ଏବଂ ଛୋଟ ଛୁଆ ଚୋରି ହେଉଥିବା ନେଇ ଅପରାଧିକ ମାମଲା ସାମ୍ନାକୁ ଆସିଛି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ଏହି ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ । ହେଲେ ଆଜି ଜଣେ ନକଲି ବାବାକୁ ଧରିଛନ୍ତି ଲୋକେ । ଜଣେ ଅଜଣା ବ୍ୟକ୍ତି ବାବା ବେଶରେ ବୁଲୁଥିବାବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏହାପରେ ସେମାନେ ଯୁବକଙ୍କୁ ପଚରାଉଚରା କରିଥିଲେ ।
ଏହା ବି ପଢନ୍ତୁ...ଫିଟୁଛି ନକଲି ବାବା ଗୁମର, ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା