ରାଉରକେଲା: ଦୀର୍ଘ ଦିନରୁ କଂଗ୍ରେସ ଛାଡିଥିବା ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ବିଜେଡିରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଆଦିବାସୀ ଟାଣୁଆ ନେତା ଜର୍ଜ ତିର୍କୀ । କଂଗ୍ରେସକୁ ସମାଲୋଚନା କରିବା ସହ ଆଗାମୀ ଦିନରେ କଂଗ୍ରେସ ମୂଳପୋଛ ହେବ ବୋଲି କହିଛନ୍ତି ଜର୍ଜ ତିର୍କୀ ।
ସୁନ୍ଦରଗଡ଼ ଜିଲ୍ଲାର ରାଜନୀତି ସମୀକରଣ ପୁଣି ନୂଆ ମୋଡ଼ ନେବାକୁ ଯାଉଛି । ବିଜେଡିକୁ ପୁଣି ଫେରିବେ ଆଦିବାସୀ ଟାଣୁଆ ନେତା ଜର୍ଜ ତିର୍କୀ । ଆସନ୍ତା ମାସରେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ହେବ ହେରଫେର । ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ମଙ୍ଗ ଛାଡିବାର ପ୍ରାୟ ବର୍ଷେ ସମୟ ବିତିବା ପରେ ବିଜେଡିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଜର୍ଜ ତିର୍କୀ । ତେବେ ବିଜେଡିରେ ଯୋଗଦେବେ ବୋଲି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ର ବରିଷ୍ଠ ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁରରୁ ଚାରି ଚାରି ଥର ବିଧାୟକ ହୋଇଥିବା ଜର୍ଜ ତିର୍କୀ ।
କଂଗ୍ରେସ ଦଳ ଛାଡିବା ପରେ ବର୍ତ୍ତମାନ ବିଜେଡିରେ ଯୋଗଦେବା ନେଇ ସୂଚନା ଦେଇଛନ୍ତି ନିଜେ ଜର୍ଜ ତିର୍କୀ । ଆସନ୍ତା ମାସରେ ବିଜେଡି ଦଳରେ ଯୋଗ ଦେବେ ଜର୍ଜ ତିର୍କୀ । ଜର୍ଜ କଂଗ୍ରେସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ଇଟିଭି ଭାରତ ସହ ସାକ୍ଷାତକାର କରିବା ସମୟରେ ସେ କହିଛନ୍ତି ଗୋଟିଗୋଟି କଥା । କେଉଁ କାରଣରୁ ସେ କଂଗ୍ରେସ ଛାଡିଲେ ଏବଂ ବର୍ତ୍ତମାନ କଣ ପାଇଁ ବିଜେଡି ଦଳରେ ଯୋଗଦେବେ । ଜର୍ଜ କହିଛନ୍ତି, "କଂଗ୍ରେସ ଦଳର ଯୋଗଦେବା ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ଥିଲା । ଯାହା ମୁଁ କଂଗ୍ରେସରେ ସମୟ ବିତିବା ସହ ଜାଣିପାରିଲି । କଂଗ୍ରେସରେ ଆଉ ତାଳମେଳ ନାହିଁ । ଯେଉଁଥିପାଇଁ ଦଳ ଆଗେଇ ପାରୁନାହିଁ ।"