ଓଡିଶା

odisha

ETV Bharat / state

ବିଜେଡିରେ ମିଶିବେ ଜର୍ଜ ତିର୍କୀ, କହିଲେ କଂଗ୍ରେସ ମୂଳପୋଛ ହେବ - ସୁନ୍ଦରଗଡ଼ର ଆଦିବାସୀ ନେତା ଜର୍ଜ ତିର୍କୀ

ବିଜେଡିରେ ମିଶିବେ ଜର୍ଜ ତିର୍କୀ । ବିଜେଡିରେ ଯୋଗଦେବେ ସୁନ୍ଦରଗଡ଼ର ଆଦିବାସୀ ନେତା ଜର୍ଜ ତିର୍କୀ । ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ କଂଗ୍ରେସ ଛାଡିବାର ୮ ମାସ ହୋଇଛି । ଏବେ ପୁଣି ବିଜେଡିରେ ଯୋଗଦେବା ନେଇ ଦେଇଛନ୍ତି ସୂଚନା । ତେବେ ଆଗାମୀ ଦିନରେ କଂଗ୍ରେସ ମୂଳପୋଛ ହେବ ବୋଲି କହିଛନ୍ତି ଜର୍ଜ । ଅଧିକ ପଢ଼ନ୍ତୁ

ବିଜେଡିରେ ଯୋଗଦେବା ନେଇ ସୂଚନା ଦେଲେ ଜର୍ଜ ତିର୍କୀ, କହିଲେ କଂଗ୍ରେସର ହେବ ମୂଳପୋଛ
ବିଜେଡିରେ ଯୋଗଦେବା ନେଇ ସୂଚନା ଦେଲେ ଜର୍ଜ ତିର୍କୀ, କହିଲେ କଂଗ୍ରେସର ହେବ ମୂଳପୋଛ

By

Published : Nov 25, 2022, 8:13 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଜନୀତି ସମୀକରଣରେ ପୁଣି ନୂଆ ମୋଡ଼ । ପୂର୍ବତନ ବିଧାୟକ ଜର୍ଜ ତିର୍କୀ କଂଗ୍ରେସ ଛାଡିବାର ୮ ମାସ ପରେ ପୁଣି ବିଜେଡିରେ ଯୋଗଦେବା ନେଇ ଦେଇଛନ୍ତି ସୂଚନା । ଗତ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଲୋକସଭା ଆସନରେ ନିର୍ବାଚନ ଲଢ଼ିଥିଲେ ଜର୍ଜ ତିର୍କୀ । ତେବେ କଂଗ୍ରେସ ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କଂଗ୍ରେସ ମୂଳପୋଛ ହେବ ବୋଲି ସେ କହିଛନ୍ତି ।

ବିଜେଡିରେ ଯୋଗଦେବା ନେଇ ସୂଚନା ଦେଲେ ଜର୍ଜ ତିର୍କୀ, କହିଲେ କଂଗ୍ରେସର ହେବ ମୂଳପୋଛ

ବୀରମିତ୍ରପୁରର ପୂର୍ବତନ ବିଧାୟକ ହେଉଛନ୍ତି ଜର୍ଜ ତିର୍କୀ । କଂଗ୍ରେସ ଦଳ ଛାଡିବା ପରେ ବର୍ତ୍ତମାନ ବିଜେଡିରେ ଯୋଗଦେବା ନେଇ ନିଜେ ସୂଚନା ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପରେ ପୁଣି ବିଜେଡି ଦଳକୁ ଫେରିବେ ବୋଲି ସୂଚନା ଦେଇଛନ୍ତି । ଜର୍ଜ କହିଛନ୍ତି, "କଂଗ୍ରେସ ଦଳର ଯୋଗଦେବା ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ଥିଲା । କଂଗ୍ରେସରେ ଯୋଗ ଦେବା ପରଠାରୁ ତିନି ବର୍ଷ ଧରି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିବା ମଧ୍ୟରେ ବାରମ୍ବାର ଦଳରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିଲା । ବ୍ଲକସ୍ତରରୁ ନେଇ ଜିଲ୍ଲା ଏବଂ ପ୍ରଦେଶ କଂଗ୍ରେସ ଭିତରେ ସବୁଠି ଲାଗି ରହିଛି ଗୋଷ୍ଠୀ କନ୍ଦଳ ।" ଜର୍ଜ ତିର୍କୀ କଂଗ୍ରେସ ଛାଡି ଦେଇଥିବା କହିଛନ୍ତି ଏବଂ ବର୍ତ୍ତମାନ ସେ ବିଜେଡିରେ ଯୋଗଦବେ ବୋଲି କହିଛନ୍ତି ।

ପୂର୍ବରୁ ମଧ୍ୟ ସେ ବିଜେଡିରେ ସାମିଲ ଥିଲେ । କିଛି ଭୁଲ ବୁଝାମଣା ହୋଇଥିବାରୁ ସେ ୨୦୦୪ ମସିହାରେ ବିଜେଡି ଛାଡିଥିଲେ । ତେବେ ସେ ବିଜେପିକୁ ଯିବାକୁ ଇଚ୍ଛା ନଥିବା ପ୍ରକାଶ କରିଛନ୍ତି । ତେଣୁ ସେ ପୁଣି ବିଜୁ ଜନତା ଦଳରେ ସାମିଲ ହେବେ । ସେପଟେ କଂଗ୍ରେସ ଆଗାମୀ ଦିନରେ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି କହିଛନ୍ତି ଜର୍ଜ ତିର୍କୀ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟର ପ୍ରଶଂସା ମଧ୍ୟ କରିଛନ୍ତି । ଆଗାମୀ ଦିନରେ ରାଉରକେଲା ସହରରେ ହକି ବିଶ୍ବକପକୁ ମଧ୍ୟ ସେ ଖୁବ ପ୍ରଶଂସା କରିଛନ୍ତି । ତେବେ ଜର୍ଜ ବିଜେଡିରେ ଯୋଗଦେବା ପରେ ସୁନ୍ଦରଗଡ଼ ରାଜନୀତିରେ କଣ ପରିବର୍ତ୍ତନ ଘଟୁଛି, ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ସୁନ୍ଦରଗଡ଼

For All Latest Updates

ABOUT THE AUTHOR

...view details