ରାଉରକେଲା : ପୁଣିଥରେ ଚର୍ଚ୍ଚାରେ ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲା ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସପିଟାଲ ଓ ମେଡିକାଲ କଲେଜ ଦାବୀ ନେଇ ଦିଲ୍ଲୀକୁ ପଦଯାତ୍ରାରେ ଯାଇଥିଲେ । ସେହିପରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ସୀମା ବିବାଦର ସମଧାନ ପାଇଁ ନବୀନ ନିବାସରୁ ଅମରାବତି ପର୍ଯ୍ୟନ୍ତ ୮ଶହ କିମି ପଦଯାତ୍ରା କରିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଏବେ ପୁଣିଥରେ ପଦଯାତ୍ରାକୁ ନେଇ ଚର୍ଚ୍ଚାରେ ରାଉରକେଲାର ମୁକ୍ତିକାନ୍ତ । ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ଅଧୁରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ଆରମ୍ଭ କରିଛନ୍ତି ପଦଯାତ୍ରା ।
ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ସହ ଶିଳାନ୍ୟାସ ପରେ ଅବହେଳିତ ହୋଇଥିବା ପ୍ରୋଜେକ୍ଟକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା କଲେ ମୁକ୍ତିକାନ୍ତ ବିଶ୍ୱାଳ। ରାଜ୍ୟ ସରକାର ପ୍ରତିଶୃତି ଦେଇ ଭୁଲି ଯାଇଥିବା ଯୋଗୁଁ ପ୍ରୋଜେକ୍ଟର ମଡେଲକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଏକ ନିଆରା ଢଙ୍ଗରେ ପୁଣି ସରକାରଙ୍କ ଧ୍ୟାନ ପ୍ରକଳ୍ପ ଆଡକୁ ଆଣିବା ପାଇଁ ପ୍ରଚେଷ୍ଟା କରିଛନ୍ତି ରାଉରକେଲା ସହରର ମୁକ୍ତିକାନ୍ତ ବିଶ୍ୱାଳ ।
ଏହା ମଧ୍ୟ ପଢନ୍ତୁ:ଓଡିଶାରୁ ଚାଲିଚାଲି ପହଞ୍ଚିଥିଲେ ଆନ୍ଧ୍ର, ୩୬ ଦିନର ଯାତ୍ରା କହିଲେ ମୁକ୍ତିକାନ୍ତ