ଓଡିଶା

odisha

ETV Bharat / state

ଗୁପଚୁପ ଖାଇ ଅସୁସ୍ଥ ଘଟଣା, ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ - ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ

ଗୁପଚୁପ ଖାଇ ୬ଜଣ ଯୁବତୀ ଅସୁସ୍ଥ ହେବା ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ । ଯାଞ୍ଚ ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

food safety department inspected food quality
food safety department inspected food quality

By ETV Bharat Odisha Team

Published : Nov 18, 2023, 12:12 PM IST

food safety department inspected food quality

ରାଉରକେଲା:ଚେତିଲା ଖାଦ୍ୟ ନିରାପତ୍ତା ବିଭାଗ । ଗୁପଚୁପ ଖାଇ ୬ ଜଣ ଯୁବତୀ ଅସୁସ୍ଥ ହେବା ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେନ୍ଦ୍ରୀକଳା ଗ୍ରାମରେ ଗତ ତିନି ଦିନ ତଳେ ଏକ ଗୁପଚୁପ ଠେଲାଗାଡିରୁ ଗୁପଚୁପ ଖାଇ ୬ ଯୁବତୀ ଗୁରୁତର ହୋଇଥିଲେ । ସେମାନେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି ।

ବଣାଇ ଉପଖଣ୍ଡରେ ଅନେକ ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନ ଦିନକୁ ଦିନ ଗଢି ଉଠୁଥିବା ବେଳେ ଖାଦ୍ୟର ମାନ ନେଇ ସବୁବେଳେ ଚର୍ଚ୍ଚା ହୋଇଆସୁଥିଲା । କିନ୍ତୁ ୬ ଜଣ ଯୁବତୀ ଗୁପଚୁପ ଖାଇ ଅସୁସ୍ଥ ହେବା ପରେ ଗତ ଦୁଇ ଦିନ ହେଲା ବଣାଇ ଏବଂ ଲହୁଣୀପଡ଼ା ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗର ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ବଣାଇ ଉପଖଣ୍ଡର ସମରଦରି, ରାଜାମୁଣ୍ଡା, ଗୁଢ଼ିଆଳି ବଣାଇ ଓ ଲହୁଣୀପଡ଼ା ଅଞ୍ଚଳର ବିଭିନ୍ନ ଢାବା, ହୋଟେଲ ପାଉଁରୁଟି, ମିକ୍ଚର କାରଖାନାରେ ଚଢ଼ାଉ କରାଯାଇଛି । ଏଥିସହ ସେମାନଙ୍କ ଠାରୁ 65,000 ଟଙ୍କା ଜରିମାନା ସହିତ ବିଭିନ୍ନ ଢ଼ାବା ଏବଂ ହୋଟେଲରୁ ବିପୁଳ ପରିମାଣର ବାସି ଏବଂ ରଙ୍ଗ ଯୁକ୍ତ ଖାଦ୍ୟ ନଷ୍ଟ କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଠେଲାଗାଡିରୁ ଗୁପଚୁପ ଖାଇ ଅସୁସ୍ଥ ! ହସ୍ପିଟାଲରେ ଭର୍ତ୍ତି ହେଲେ ୬ ଯୁବତୀ

ସେହିପରି ଯେଉଁ ଗୁପଚୁପ ଠେଲାରେ ଗୁପଚୁପ ଖାଇ ୬ ଯୁବତୀ ଅସୁସ୍ଥ ହୋଇଥିଲେ ସେହି ଗୁପଚୁପ ବାଲାଙ୍କ ଘରେ ମଧ୍ୟ ଯାଞ୍ଚ ହେଇଛି । ଗୁପଚୁପ ଏବଂ ତେନ୍ତୁଳି ଖଟାର ନମୁନା ସଂଗ୍ରହ କରାଯାଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଛି । ପୋଡା ତେଲକୁ ଜବତ କରାଯାଇ ନଷ୍ଟ କରାଯିବା ସହିତ 50,000 ଟଙ୍କା ଜରିମାନା କରାଯାଇଛି । ସେପଟେ ଯାଞ୍ଚ ରିପୋର୍ଟ ଆସିଲା ପରେ ଖାଦ୍ୟ ନିରାପତ୍ତା ନିୟମ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ଫୋନ ଯୋଗେ କହିଛନ୍ତି ।

ତେବେ ଏହି ଚଢାଉରେ ବଣେଇ ଫୁଡ୍ ସେଫ୍ଟି ଅଫିସର ପ୍ରତାପ ରୁଦ୍ର ମଣ୍ଡଳଙ୍କ ନେତୃତ୍ୱରେ ଅଧିକାରୀ ମୋନାଲି ମଧୁସ୍ମିତା ବେହେରା, ରାଜଗାଙ୍ଗପୁର ଫୁଡ୍ ସେଫ୍ଟି ଅଫିସର କୁନ୍ଦନ ଲୁହାର ସହିତ ସୁନ୍ଦରଗଡ଼ ଜିଲ୍ଲା ଖାଦ୍ୟ ବିଭାଗରର ଏକ ଟିମ୍ ସାମିଲ ହୋଇଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details