ଓଡିଶା

odisha

ETV Bharat / state

ବିଭିନ୍ନ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଞ୍ଚ - rourkela

ରାଉରକେଲା ସହରରେ ଥିବା ବିଭିନ୍ନ କୋଚିଂ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ଅଗ୍ନିଶମ ବିଭାଗର 10ଟି ଟିମ । ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି ଟିମ ବିଭିନ୍ନ କୋଚିଂ ସେଣ୍ଟରର ତଦାରଖ କରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

By

Published : Jun 1, 2019, 11:40 AM IST

ରାଉରକେଲା: ସହରରେ ଥିବା ବିଭିନ୍ନ କୋଚିଂ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ଅଗ୍ନିଶମ ବିଭାଗର 10ଟି ଟିମ । ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି ଟିମ ବିଭିନ୍ନ କୋଚିଂ ସେଣ୍ଟରର ତଦାରଖ କରିଥିଲେ । ସୁରଟରେ କୋଚିଂ ସେଣ୍ଟରରେ ନିଆଁ ଲାଗି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଏହାପରେ ତତ୍ପରତା ଦେଖାଦେଇଥିଲା । ତେବେ ରାଉରକେଲାରେ ଅଗ୍ନିଶମ ବିଭାଗ ଆଜି ତଦାରଖ ଆରମ୍ଭ କରିଛି ।

ବିଭିନ୍ନ କୋଚିଂ ସଂସ୍ଥାନଙ୍କୁ ବିଭାଗ ତରଫରୁ ନୋଟିସ ଦିଆଯାଇଥିବାବେଳେ ଏହି ଟିମ ସଂସ୍ଥାରେ ଯଦି କେବେ ଅଘଟଣ ଘଟେ, ତେବେ ନିଜ ଜୀବନକୁ କିଭଳି ବଞ୍ଚାଇବେ ସେଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ଏହାସହ ଫାୟାର ସେଫଟି ସାର୍ଟିଫିକେଟ ନେବା ଉପରେ ଗୁରୁତ୍ବ ଦିଆଯାଇଥିଲା ।

ସହରର କିଛି କୋଚିଂ ସଂସ୍ଥାନର ସୁରକ୍ଷା ବ୍ୟବସ୍ଥା ଠିକ ଥିବାବେଳେ ଅଧିକାଂଶ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ସଠିକ ନାହିଁ । ତେବେ ଏହାକୁ ନେଇ ଅଗ୍ନିଶମ ବିଭାଗର ପଦକ୍ଷେପ ଉପରେ ନଜର ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details