ସୁନ୍ଦରଗଡ: ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥ ବିନିଯୋଗର ସମୀକ୍ଷା କରିବାକୁ ଆସିଥିବା ପଞ୍ଚାୟତରାଜ, ପାନୀୟ ଜଳ, ଅର୍ବାନ ଡେଭଲପମେଣ୍ଟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧାନ ଚାଷୀ ଘେରିଲେ । ସମୀକ୍ଷା କରିବାକୁ ମନ୍ତ୍ରୀ ଟାଙ୍ଗରପାଲି ବ୍ଲକରେ ପହଞ୍ଚିବା ମାତ୍ରେ ଧାନ ଚାଷୀ ତାଙ୍କ ପଥ ଅଟକାଇବା ସହ ଧାନ ବିକ୍ରି ନେଇ ଉପୁଜିଥିବା ସମସ୍ୟାର ସମାଧାନ ଉପରେ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ଏହି ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କୁ କହିବେ ବୋଲି କହିବାସହ ଚାଷୀଙ୍କ ଠାରୁ 15 ଦିନ ସମୟ ନେଇଛନ୍ତି ।
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଧାନ ଚାଷୀ - farmers protest in front of pratap jena
ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥ ବିନିଯୋଗର ସମୀକ୍ଷା କରିବାକୁ ଆସିଥିବା ପଞ୍ଚାୟତରାଜ, ପାନୀୟ ଜଳ, ଅର୍ବାନ ଡେଭଲପମେଣ୍ଟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧାନ ଚାଷୀ ଘେରିଲେ । ଅଧିକ ପଢନ୍ତୁ...
ତେବେ ସୁନ୍ଦରଗଡ ଧାନ ଚାଷୀଙ୍କ ପାଇଁ ଟାର୍ଗେଟ କିପରି ଆସିବ ସେ ବ୍ୟବସ୍ଥା ନେଇ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏପରିକି ଚାଷୀଙ୍କ ସମସ୍ୟା ତାଙ୍କ ଦଳ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ବୋଲି ସେ କହିଛନ୍ତି । ତେବେ ସୁନ୍ଦରଗଡ ଜିଲ୍ଲାର ଚାଷୀଙ୍କ ଉପକାର ପାଇଁ ନିଜେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଆସନ୍ତା 16 ତାରିଖରେ ସୁନ୍ଦରଗଡ ଗସ୍ତ କରି 11 ଟି ମେଗା ଲିଫ୍ଟ ପ୍ରୋଜେକ୍ଟ ଚାଷୀଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ କରିବେ ବୋଲି ସେ କହିଛନ୍ତି । ଅପରପକ୍ଷେ ଚାଷୀଙ୍କ ଏହି ସମସ୍ୟା ନେଇ ପଞ୍ଚାୟତରାଜ ମନ୍ତ୍ରୀ କ’ଣ ପ୍ରତିଶ୍ରୁତି ଦେଲେ ସେନେଇ ସଦର ବିଧାୟିକା କିଛି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ସରକାରଙ୍କ ଯୋଜନା ବ୍ୟବସ୍ଥା ଓ ପ୍ରଶାସନିକ ବ୍ୟବସ୍ଥାକୁ ଦୋଷାରୋପ କରିଥିଲେ । ସରକାର ଗୋଟିଏ କଥା କହୁଥିବା ବେଳେ ଜିଲ୍ଲା ପ୍ରଶାସନ ଅନ୍ୟ କିଛି କରୁଥିବା କଥା ସେ କହିବା ସହ ଚାଷୀଙ୍କ ପାଇଁ ଅନ୍ୟାୟ ହେଉଥିବା କଥା କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ
TAGGED:
ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ