ରାଉରକେଲା: ହକି ପ୍ରୋ ଲିଗ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ଏହି ଲିଗ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ଭାରତ ବନାମ ଅଷ୍ଟ୍ରେଲିଆ ହାଇ ଭୋଲ୍ଟେଜ ମ୍ୟାଚ ରହିଥିଲା । ଯାହା ଭାରତର ଶେଷ ମ୍ୟାଚ୍ ରହିଥିଲା । ତେବେ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ଏହି ହାଇ ଭୋଲ୍ଟେଜ ମ୍ୟାଚ । ଆଜିର ମ୍ୟାଚ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଉରକେଲା ସହରରେ ହକିପ୍ରେମୀ ମାନ ଆଜି ପୁଣି ଭାରତ ଦଳକୁ ସମର୍ଥନ କରିବା ପାଇଁ ଆଗେଇ ଆସିଥିଲେ ।
କଥାରେ ଅଛି କ୍ରାଉଡ ହେଉଛନ୍ତି ଟ୍ୱେଲ୍ଥ ମ୍ୟାନ । କ୍ରାଉଡ ବା ଦର୍ଶକ ବିନା ଖେଳ ଅଧୁରା । ରାଉରକେଲା ସହରରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଭରି ଉତ୍ସାହ ଭରି ରହିଥିଲା । ବୁଧବାର ଭାରତୀୟ ହକି ଦଳ ବିଜୟ ରଥ ବଜାୟ ରଖିବାକୁ ମୈଦାନକୁ ଓହ୍ଲାଇଥିବା ବେଳେ ଏହି ଅଭିଯାନ ଅପରାଜିତ ଭାବେ ଶେଷ କରିଛି ଭାରତ । ତେବେ ହକିର ଏନ୍ତୁଡ଼ିଶାଳରେ ଆରମ୍ଭ ହୋଇଥିବା ହକିର ମହାଯୁଦ୍ଧ ଆଜି ଶେଷ ହୋଇଛି । ଭାରତ ପାଇଁ ଲକି ସାବ୍ୟସ୍ତ ହୋଇଛି ଏହି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ଆଜିର ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବାବେଳେ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଆଜିର ଭାରତୀୟ ହକି ଦଳର ଏହି ତୃତୀୟ ମ୍ୟାଚ ଦେଖିବାକୁ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ଭରି ରହିଥିଲା ।