ଓଡିଶା

odisha

ETV Bharat / state

ବିପୁଳ ପରିମାଣର ମଦ ଜବତ, 4 ଅଭିଯୁକ୍ତ ଗିରଫ - sundaragh news

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଚାନ୍ଦିପୋଷ ତମଡାରେ ରାଉରକେଲା ଅବକାରୀ ବିଭାଗର ଅତର୍କିତ ଚଢାଉ । 4 ଅଭିଯୁକ୍ତଙ୍କୁ ଗିରଫ । ଗୋଟିଏ କାର 1710 ଲିଟର ବିଦେଶୀ ମଦ ଜବତ । ଅଧିକ ପଢନ୍ତୁ...

excise department raid in sundaragh and 1710 liter wine sized
ବିପୁଳ ପରିମାଣର ମଦ ଜବତ,4 ଅଭିଯୁକ୍ତ ଗିରଫ

By

Published : Jun 20, 2021, 7:56 AM IST

ସୁନ୍ଦରଗଡ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ରାଉରକେଲା ଅବକାରୀ ବିଭାଗ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡାରେ ଚଢାଉ କରି 1710 ଲିଟର ବିଦେଶ ମଦ ଜବତ ହୋଇଛି । 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହାସହ କାରକୁ ମଧ୍ୟ ଜବତ କରାଯାଇଛି ।

ବିପୁଳ ପରିମାଣର ମଦ ଜବତ,4 ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ,ବିଳମ୍ବିତ ରାତିରେ ଏହି ବେଆଇନ କାରବାର ନେଇ ଅବକାରୀ କମିଶନର ଆଶିଷ କୁମାର ସିଂ ଖବର ପାଇଥିଲେ । ସୂଚନା ପାଇବା ପରେ ଏକ ଟିମ ଗଠନ କରାଯାଇ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉରେ 190 ପେଟି ମଦ ଜବତ କରାଯାଇଥିଲା । 190 ପେଟିରେ ମୋଟ 1710 ଲିଟର ବିଦେଶୀ ମଦ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି । ଚଢାଉରେ ମୁଖ୍ୟ ଅଭିଯୁକ୍ତ ଅନୀଲ କୁମାର ସାହୁଙ୍କ ସମେତ ତାର ଅନ୍ୟ ତିନି ଜଣ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି ।

ତେବେ ଅଭିଯୁକ୍ତ ଅନୀଲର ଘର ରାଉରକେଲା ଜଗଦାରେ ବୋଲି ଅବକାରୀ ବିଭାଗ କହିଛି । ଅନ୍ୟ ତିନି ଗିରଫ ଅଭିଯୁକ୍ତ ମାନେ ହେଲେ – ବିରେନ୍ଦ୍ର କୁମାର ସାହୁ , ବିନୋଦ କୁମାର ପାତ୍ର ଓ ମନୋଜ ସିଂ । ଏହି ଅଭିଯୁକ୍ତ ମାନଙ୍କ ଘର ଚାନ୍ଦିପୋଷ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଅରୁଣାଚଳ ପ୍ରଦେଶରୁ ଏମାନେ ଏହି ମଦ ଚୋରାରେ ଆଣି ସୁନ୍ଦରଗଡ ଜିଲ୍ଲା ଓ ଜିଲ୍ଲା ବାହାର ଜିଲ୍ଲାକୁ ଚାଲାଣ କରୁଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details