ଓଡିଶା

odisha

ETV Bharat / state

ସମ୍ବଲପୁର ପରେ ବଣାଇରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ ବିଭାଗ - ଅଫିମ ଚାଷ ଠାବ କରିଛି ଅବକାରୀ ବିଭାଗ

ମହୁଲପଦା ଥାନା କିରି ପାହାଡ଼ ଜଙ୍ଗଲରେ ଅଫିମ ଚାଷ । ଖବର ପାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଗଛକୁ ନଷ୍ଟ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

excise department
excise department

By

Published : Apr 4, 2023, 1:23 PM IST

excise department

ରାଉରକେଲା: ଗଞ୍ଜେଇ ପରେ ଏବେ ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି ବଣାଇ ଉପଖଣ୍ଡ । ଏକର ଏକର ଖୋଲା ଜମିରେ ଅଫିମ ଚାଷ ଚାଲିଥିବା ବେଳେ ଚଢାଉ କରିଛି ବଣାଇ ଓ ରାଉରକେଲା ଅବକାରୀ ବିଭାଗ । ପୂର୍ବରୁ ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ଅଞ୍ଚଳରେ ଅଫିମ ଚାଷ ଚାଲିଥିଲା । ଏବେ ମହୁଲପଦା ଥାନାର କିରି ପାହାଡ଼ ଉପରେ ଥିବା ଏକ ଜଙ୍ଗଲରେ ଏକର ଏକର ଜମିରେ ଅଫିମ ଚାଷ ହେଉଥିବା ଜଣାପଡିଥିଲା । ଏନେଇ ବଣାଇ ଏବଂ ରାଉରକେଲା ଅବକାରୀ ବିଭାଗ ଅଧିକାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ଏକ ସୂତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଗଛକୁ ନଷ୍ଟ କରିଛି ଅବକାରୀ ବିଭାଗ ।

ତେବେ ଏହି ଜଙ୍ଗଲକୁ ବିଶେଷ ଯାତାୟାତ ନଥିବାରୁ ଡ୍ରଗ୍ସ ଚାଲାଣକାରୀ ରାକେଟ ଏହି ସ୍ଥାନକୁ ସୁରକ୍ଷିତ ଭାବି ସେଠାରେ ଚାଷ ଚଳାଇ ଥିବା ନେଇ ଜଣାପଡିଛି । ଅନ୍ୟପଟେ ଖଣ୍ଡାଧାର ପରେ ମଗହୁଲପଦା ଅଞ୍ଚଳରେ ଅଫିମ ଚାଷ ଠାବ ହେବା ଅବକାରୀ ବିଭାଗ ଏବଂ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ଵଣାଇ ଉପଖଣ୍ଡରେ ଥିବା ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥିବା ବେଳେ ଏବେ ଅଫିମ ଚାଷ କରାଯାଉଥିବା ଜଣାପଡିବା ଖଵର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହା ମଧ୍ୟ ପଢନ୍ତୁ- ଜାପାନରେ ନବୀନ, ଟୋକିଓରେ ଓଡ଼ିଶା ବିଜନେସ ମିଟକୁ କରିବେ ସମ୍ବୋଧନ

ବଣାଇ ଉପଖଣ୍ଡରେ ଅଫିମ ଚାଷ ହେବା ଏହା ପ୍ରଥମ ବୋଲି କୁହାଯାଉଥିବା ବେଳେ ମହୁଲପଦା ଥାନା ଅନ୍ତର୍ଗତ କିରି,କେତ,କୁନୁକୁଣ୍ଡଳ ଗ୍ରାମ ନିକଟସ୍ଥ ସରକାରୀ ଜମିରେ ଅଫିମ ଚାଷ ହୋଇଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଆଜି ଅବକାରୀ ବିଭାଗ ସହିତ ଉପଖଣ୍ଡ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଜଙ୍ଗଲ ମଝିରେ ସରକାରୀ ଜମିରେ ହୋଇଥିବା ପ୍ରାୟ ୨ ଏକର ଜମିରୁ ପରିପକ୍ଵ ଅଫିମ ଗଛକୁ ବେପାରୀ ବିକ୍ରି କରିସାରିଥିବା ବେଳେ ବଳକା ଗଛ ଗୁଡ଼ିକୁ ନଷ୍ଟ କରାଯାଇଥିଲା । ତେବେ ଏଥିରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି ।

ଅନ୍ୟପଟେ ଚାଷ ହୋଇଥିବା ଜମିର ପରିମାଣ ଅନୁସାରେ ଅଫିମର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ‌। ତେବେ ଚଢ଼ାଉରେ ଉପଖଣ୍ଡର ଅତିରିକ୍ତ ଜିଲ୍ଲାପାଳ ରାଜ କିଶୋର ଜେନାଙ୍କ ସମେତ, ଅବକାରୀ ସୁପରିଟେଣ୍ଡେଣ୍ଟ୍ ଆସିଫ ଅଲ୍ଲି, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details