ଓଡିଶା

odisha

ETV Bharat / state

ପୋଖରୀରେ ଫସିଥିଲା ହାତୀ, ଉଦ୍ଧାର କଲା ବନବିଭାଗ ଓ ଦମକଳ ବାହିନୀ

ସୁନ୍ଦରଗଡ ଜିଲ୍ଲାରେ ଏକ ପରିତ୍ତ୍ୟକ୍ତ ପୋଖରୀରେ ଏକ ହାତୀ ସକାଳ ଫସିଯାଇଥିଲା । ବନବିଭାଗ ,ଦମକଳ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀକୁ ଉଦ୍ଧାର କରାଯାଇଛି ।

By

Published : Oct 24, 2019, 11:32 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ବିରତୁଲା ଗାଁ ଜଙ୍ଗଲ ନିକଟରେ ଏକ ପରିତ୍ତ୍ୟକ୍ତ ପୋଖରୀରେ ଏକ ହାତୀ ଖସି ପଡିଥିବା ସୂଚନା ମିଳିଥିଲା । ପୋଖରୀରେ ପାଣି ଭର୍ତ୍ତି ଥିବା ବେଳେ ହାତୀଟି ସମ୍ପୂର୍ଣ୍ଣ ବୁଡିଯାଇ କେବଳ ପିଠିର କିଛି ଅଂଶ ପାଣି ଉପରକୁ ଦେଖାଯାଉଥିଲା।

କୂଅରୁ ହାତୀ ଉଦ୍ଧାର କଲେ ବନବିଭାଗ, ଦମକଳ ବିଭାଗ ଓ ଗ୍ରାମବାସୀ

ଆଜି ସକାଳୁ ଗାଁ ଲୋକେ ଜଙ୍ଗଲ ଆଡ଼କୁ ଯିବା ସମୟରେ ଏହା ଦେଖିବାକୁ ପାଇ ବନ ବିଭାଗ କୁ ଖବର ଦେଇଥିଲେ । ହାତୀ ରାତିରେ ପୋଖରୀରେ ଖସି ପଡିଥିବା ଅନୁମାନ କରାଯାଉଛି । ତଥାପି ଗାଁ ଲୋକେ ହାତୀଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ ।ଏହାପରେ ବନବିଭାଗ କର୍ମଚାରୀ ,ଦମକଳ ବିଭାଗର କର୍ମଚାରୀ ଓ ଗ୍ରାମବାସୀମାନଙ୍କର ନିରନ୍ତର ପ୍ରୟାସ ବଳରେ ଗଜରାଜ ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଛି । ହାତୀଟି ବର୍ତ୍ତମାନ ଜଙ୍ଗଲକୁ ଚାଲିଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details