ଓଡିଶା

odisha

ETV Bharat / state

ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ - ନକଲି ମଦ କାରବାର

ଚାଲିଥିଲା ନକଲି ମଦ କାରବାର । ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କଲା ରାଉରକେଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

duplicate liquor seized in rourkela
duplicate liquor seized in rourkela

By

Published : May 26, 2023, 3:14 PM IST

ବିପୁଳ ପରିମାଣର ନକଲି ମଦ ଜବତ

ରାଉରେକଲା:ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନକଲି ମଦ କାରବାର । ନକଲି ମଦ ଗଚ୍ଛିତ ରଖି କାରବାର ଚଳାଇଛନ୍ତି ମାଫିଆ । ରାଉରକେଲା ସେକ୍ଟର ଅଞ୍ଚଳରେ ଘରେଘରେ ନକଲି ମଦ ରଖି ଖୁଲାମ ଖୁଲା କରୁଛନ୍ତି ବେପାର । ନକଲି ମଦ କାରାବାର ଉପରେ ରୋକ୍‌ ଲଗାଇବାକୁ ଆକ୍ସନ୍‌ ମୋଡ୍‌ରେ ରାଉରକେଲା ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ଘନଘନ ଚଢାଉ କରି ଚଢ଼ାଉ ଜବତ କରାଯାଉଛି ବିପୁଳ ପରିମାଣର ନକଲି ମଦ ।

ଗତକାଲି(ଗୁରୁବାର) ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ କଲୋନୀ ସେକ୍ଟର-19ରେ ଚଢାଉ କରି 530 ଲିଟର ନକଲି ମଦ ଜବତ କରିଛି ଅବକାରୀ ବିଭାଗ । ଏଥିସହ ମାଷ୍ଟର ମାଇଣ୍ଡ ମଦ ବେପାରୀକୁ ମଧ୍ୟ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ନାମିଦାମୀ ବ୍ରାଣ୍ଡ୍‌ର ନକଲୀ ବିଦେଶୀ ମଦ, ଲେବୁଲ, ଇଏଲ, ଖାଲି ବୋତଲ, ଠିପି, ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଲୋନୀ ସେକ୍ଟର 19ରେ G-252 ଏକ ଘରେ ବିପୁଳ ପରିମାଣର ନକଲି ମଦ ଗଚ୍ଛିତ ଥିବା ସୂଚନା ପାଇଥିଲା ଅବକାରୀ ବିଭାଗ । ଏହାପରେ ଗତକାଲି ଉକ୍ତ ସ୍ଥାନରେ ଅତର୍କିତ ଭାବରେ ଚଢ଼ାଉ କରି ଘର ମଧ୍ୟରୁ ବିପୁଳ ପରିମାଣର ନକଲି ମଦ ଜବତ କରିଥିଲା । ଅରୁଣାଚଳ ପ୍ରଦେଶରେ ବିକ୍ରି ହେଉଥିବା ବିଦେଶୀ ମଦରେ ସ୍ପିରିଟ୍‌ ସହ ରଙ୍ଗ ମିଶାଇ ବୋତଲରେ ଭର୍ତ୍ତି କରି ପ୍ରସ୍ତୁତ କରୁଥିଲେ ନକଲି ବିଦେଶୀ ମଦ । ନକଲି ମଦକୁ ସପ୍ଲାଇ କରାଯାଉଥିଲା ହୋଟେଲ ସହ ଢ଼ାବାଗୁଡିକୁ । ଯାହାକୁ ଖୁସିର ସହ ପିଉଥିଲେ ଲୋକେ । ତେବେ ଚଢାଉ ସମୟରେ ନକଲି ବିଦେଶୀ ମଦ ସହ ଷ୍ଟିକର, ଠିପି , ସ୍କୁଟି ,ନକଲି ମଦ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀକୁ ଜବତ କରିଛି ଅବକାରୀ ବିଭାଗ।

ଗତ 5 ତାରିଖରେ ରଘୁନାଥ ପାଲ୍ଲୀ ଥାନା ଅଞ୍ଚଳରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିଲା। ବାହାର ରାଜ୍ୟର ମଦକୁ ଚୋରା ଚାଲାଣ କରି ବେଆଇନ ଭାବରେ ଆଣି ଘରେ ଏହାକୁ ପୁଣି ମିଶ୍ରିତ କରି ନକଲି ମଦ ତିଆରି କରି ମାର୍କେଟକୁ ସପ୍ଲାଏ କରୁଥିଲେ ମଦ ବେପାରୀ । ଏକ ଅଟୋରେ ସହରର ବିଭିନ୍ନ ଢାବାକୁ ମଦ ସପ୍ଲାଏ ହେଉଥିଲା । ଏନେଇ ଖବର ପାଇବା ପରେ ପୋଲିସ ଚଢ଼ାଉ କରିଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details