ରାଉରକେଲା:ବିସ୍ଥାପିତଙ୍କ ଦୁଃଖ ଶୁଣିଲାନି ଡୁଲିଙ୍ଗା ଏନଟିପିସି କୋଇଲା ଖଣି । ଶେଷରେ ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କଲେ ହେମଗିରି ଗ୍ରାମର ବିସ୍ଥାପିତ ମହିଳା । ଏନଟିପିସିର ଡୁଲିଙ୍ଗା ଖଣିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମହିଳାମାନେ ବନ୍ଦ କରିଛନ୍ତି । ବାରମ୍ବାର ଏହି କୋଇଲା ଖଣିକୁ ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶେଷରେ ସୋମବାର ଶହଶହ ମହିଳା ଖଣି ଭିତରକୁ ଜୋର ଜବରଦସ୍ତ ପ୍ରବେଶ କରି ଖଣିକୁ ବନ୍ଦ କରିଦେଇଛନ୍ତି ।
ଦୀର୍ଘ ଦିନ ହେଲା ପୁର୍ନବାସ ଓ ଥାଇଥାନ ଦାବି ନେଇ କମ୍ପାନୀ ପାଖରେ ଦାବି କରି ଆସୁଥିଲେ ବିସ୍ଥାପିତ ଅଞ୍ଚଳରେ ଲୋକେ । ଏହାଛଡା ବିସ୍ଥାପିତଙ୍କୁ ଅନୁକମ୍ପା ରାଶି ଦେବାରେ ମଧ୍ୟ କମ୍ପାନୀ ଟାଳଟୁଳ ନୀତି ଆପଣାଇଛି । ଏହାର ପ୍ରତିବାଦରେ ଶହଶହ ବିସ୍ଥାପିତ ଅଞ୍ଚଳର ମହିଳା କମ୍ପାନୀ ବିରୋଧରେ ନାରାବାଜି କରି ଡୁଲିଙ୍ଗା ଖଣିରେ ପହଞ୍ଚିଥିଲେ । ଜୋରଜବରଦସ୍ତ କୋଇଲା ଖଣିରେ ପ୍ରବେଶ କରି ଖଣିକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ କରିଦେଇଛନ୍ତି । ଏହି ଅଞ୍ଚଳର ବିସ୍ଥାପିତ ଲୋକଙ୍କ ପାଇଁ ଦୀର୍ଘ ଦିନ ଧରି ଲାଗି ରହିଛି ବିଭିନ୍ନ ସମସ୍ୟା । ବିସ୍ଥାପିତମାନେ ବହୁ ସମୟ ଧରି ସେମାନଙ୍କର ଅଧିକାର ଦାବି କରିଆସୁଛନ୍ତି ଏବଂ ଏହାକୁ ନେଇ ବିଭିନ୍ନ ସମୟରେ ମିଟିଂ ସହ ଆନ୍ଦୋଳନ ମଧ୍ୟ ହେଉଛି । କିନ୍ତୁ କୋଇଲା ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଭିଯୋଗର ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ସମସ୍ୟାର ସମାଧାନ ନହେବାରୁ ଧର୍ମଘଟ କରିଛନ୍ତି ମହିଳାମାନେ ।
ଏହା ମଧ୍ୟ ପଢନ୍ତୁ-କ୍ଷତିପୂରଣ, ଥଇଥାନ ଓ ନିଯୁକ୍ତ ଦାବି : ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ