ଓଡିଶା

odisha

ETV Bharat / state

ମଦ ନିଶାରେ ଚୁର୍‌ ଫ୍ୟାକ୍ଟ୍ରି ବଏଲର ସହକାରୀ ନିର୍ଦ୍ଦେଶକ, ଉଠାଇ ନେଲା ପୋଲିସ - ମଦ ପିଇ ଅଫିସରେ ମାତାଲ ସରକାରୀ ବାବୁ

Rourkela Drunked Factory Assistant Director: ସରକାରୀ ବାବୁଙ୍କ ମଦ ପିଇ କାର୍ଯ୍ୟ କରୁଥିବା ଅଭିଯୋଗ । ରାଉରକେଲା ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ମଦ ପିଇ କାର୍ଯ୍ୟ କରୁଥିଲେ । ଅଧିକ ପଢ଼ନ୍ତୁ

Drunked factory assistant director
Drunked factory assistant director

By ETV Bharat Odisha Team

Published : Dec 13, 2023, 12:52 PM IST

Updated : Dec 13, 2023, 1:17 PM IST

ମଦ ନିଶାରେ ଚୁର୍‌ ଫ୍ୟାକ୍ଟ୍ରି ବଏଲର ସହକାରୀ ନିର୍ଦ୍ଦେଶକ

ରାଉରକେଲା: ମଦ ପିଇ ଅଫିସରେ ମାତାଲ ସରକାରୀ ବାବୁ । କାମ କରିବାକୁ ଆସି ନିଶାରେ ଟଳମଳ ରାଉରକେଲା ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ । ଇ ବିବେକାନନ୍ଦ ନାୟକ ମଦ ନିଶାରେ ଆସି ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ଯାହାର ଏକ ଭିଡ଼ିଓ ଉତ୍ତୋଳନ କରାଯାଇଥଇବା ବେଳେ ଉଦିତନଗର ପୋଲିକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଉଦିତନଗର ପୋଲିସ ପହଞ୍ଚି ତାଙ୍କୁ ମଦ ପିଇ ଆସି କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ କରି ଛାଡ଼ି ଦେଇଥିଲେ ।

ସୂଚନା ଅନୁସାରେ, ନଭେମ୍ବର ଶେଷ ସପ୍ତାହରେ କଲୁଙ୍ଗା ଶିଳ୍ପାଞ୍ଚଳରେ ଏକ କାରଖାନାରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତେବେ କାରଖାନାରେ ସୁରକ୍ଷାଜନିତ ତ୍ରୁଟି ପ୍ରଦିବାଦରେ ସିଟୁ ପକ୍ଷରୁ ଉଦିତନଗର ସ୍ଥିତ ଫ୍ୟାକ୍ଟ୍ରି ଏଣ୍ଡ୍‌ ବଏଲର କାର୍ଯ୍ୟାଳୟ ଘେରାଉ କରାଯିବା ସହ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଚେତାବନୀ ଦିଆଯାଇଥିଲା । ଏନେଇ ଗତ ମଙ୍ଗଳବାର ଦିନ ସିଟୁ ଦଳ ପକ୍ଷରୁ ରିପୋର୍ଟ ଲାଗି ଫ୍ୟାକ୍ଟ୍ରି ଯାଇଥିଲେ । ତେବେ ଏହି ସମୟରେ ଉପ-ନିର୍ଦ୍ଦେଶକ ବିଭୁ ପ୍ରସାଦ ସହ ଆଲୋଚନା ଚାଲିଥିବା ବେଳେ ସେ ଏ ସମ୍ପର୍କରେ ଆଲୋଚନା ପାଇଁ ସହକାରୀ ନିର୍ଦ୍ଦେଶକ ଇଂ.ବିବେକାନନ୍ଦ ନାଏକଙ୍କୁ ନିଜ ପ୍ରକୋଷ୍ଠକୁ ଡାକିଥିଲେ । କିଛି ସମୟ ବିଳମ୍ବରେ ଉପନିର୍ଦ୍ଦେଶକଙ୍କ ଚ୍ୟାମ୍ବରରେ ପହଞ୍ଚି ବିବେକାନନ୍ଦ ନାଏକ ସେଠାରେ ବସିଥିବା ସିଟୁ ନେତାମାନଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନଶିକ୍ଷକ, ନିଲମ୍ବିତ କଲେ BEO

ତେବେ ସେ ମଦ୍ୟପାନ କରିଥିବା ନେଇ ସନ୍ଦେହ ହେବାରୁ ତାଙ୍କୁ ସିଟୁର କର୍ମକର୍ତ୍ତା ମାନେ ବସାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ମଦ ପିଇ କାର୍ଯ୍ୟ କରୁଥିବା ଅଭିଯୋଗରେ ଫ୍ୟାକ୍ଟ୍ରି ଆଣ୍ଡ୍‌ ବୋଏଲର ବିଭାଗରେ ବେଶ କିଛି ସମୟ ପାଟି ତୁଣ୍ଡ ଲାଗି ରହିଥିଲା । ଏନେଇ ଉଦିତନଗର ପେଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଇଂ.ବିବେକାନନ୍ଦ ନାୟକଙ୍କୁ ଉଠାଇ ନେଇଥିଲା । ସେପଟେ ବିଭାଗୀୟ ଉଚ୍ଚ ଅଧିକାରୀ ତଥା ଉପନିର୍ଦ୍ଦେଶକ ବିଭୂ ପ୍ରସାଦ ଯେତେ ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ଶାନ୍ତ ପଡ଼ିନଥିଲା । ତେବେ ଥାନାରେ କିଛି ସମୟ ବସିବା ପରେ ସହକାରୀ ନିର୍ଦ୍ଦେଶକ ବିବେକାନନ୍ଦ ନାୟକ ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା । ତେବେ ମଦ ପିଇ ଆସି କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ କରି ଉଦିତନଗର ଥାନା ପୋଲିସ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି।

ଇଟିଭି ଭାରତ, ରାଉରକେଲା

Last Updated : Dec 13, 2023, 1:17 PM IST

ABOUT THE AUTHOR

...view details