ସୁନ୍ଦରଗଡ:ଥମୁନି ଯୌତୁକ ନିର୍ଯ୍ୟାତନା । ଏପରିକି ନିଜର ଦୁଇ କୁନି ପୁଅଙ୍କୁ ସ୍ବାମୀଙ୍କ ପରିବାର ଲୋକେ ଛଡାଇ ନେବା ସହ ମାଡ ମାରି ବିଦା କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ହେମଗିର ଥାନାରେ ଅଭିଯୋଗ କରିବା ସହ ପୀଡିତା ନ୍ୟାୟ ପାଇବା ନେଇ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସୂଚନାନୁଯାୟୀ, ଯୌତୁକ ନ ଆଣିଲେ କାଟି ଫିଙ୍ଗିଦେବେ ବୋଲି କହିବାରୁ ଅମ୍ବିକା ନିଜର ବିଧବା ମାଙ୍କୁ ଜଣାଇ ଥିଲେ । ମା’ ଏକଥା ଜାଣିବା ପରେ ଅମ୍ବିକାର ଶ୍ବଶୁର ଘରକୁ କେତେଜଣ ଭଦ୍ରବ୍ୟକ୍ତିଙ୍କ ସହ ପହଞ୍ଚିଥିଲେ । ତେବେ ସମାଧାନର ବାଟ ବାହାରିବା ତ ଦୂରର କଥା ବିନା କାରଣରେ ଶ୍ବଶୁର ଘର ଲୋକେ ମାରପିଟ କରିବାକୁ ଉଦ୍ୟମ କରିବା ସହ ଅମ୍ବିକାକୁ ତଡି ଦେଇଥିଲେ ।